ଓଡ଼ିଶାଲାଇଭ୍ ବ୍ୟୁରୋ
ଆପଣ ମ୍ୟାଗି ଖାଇବାକୁ ଭଲ ପାଆନ୍ତି। କିନ୍ତୁ କ’ଣ ଆପଣ ଜାଣନ୍ତି କି ଏହା କିପରି ଓ କେଉଁଠୁ ଆସିଲା। ଜାଣନ୍ତୁ ଏହା ପଛର କାହାଣୀ…
ମ୍ୟାଗି, ସମସ୍ତଙ୍କର ପ୍ରିୟ। ସାରା ବିଶ୍ୱରେ ଏହା ପ୍ରସିଦ୍ଧ ଏବଂ ଲୋକପ୍ରିୟ। ଖୁବ୍ କମ ସମୟରେ ଏହା ପ୍ରସ୍ତୁତ ହୋଇଯାଉଥିବାରୁ ଅନେକ ଏହାକୁ ଖାଇବାକୁ ପସନ୍ଦ କରନ୍ତି। ଏହା ପାଟିକୁ ସୁଆଦିଆ ବି ଲାଗେ। କିନ୍ତୁ ଆପଣ ଜାଣନ୍ତି କି ମ୍ୟାଗିର ଇତିହାସ କ’ଣ ? ଏହାର ନାମ ମ୍ୟାଗି କାହିଁକି ରଖାଗଲା?
ଭାରତରେ ୧୯୮୩ରେ ମ୍ୟାଗିର ପ୍ରଚଳନ ଆରମ୍ଭ ହୋଇଥିଲା। ନେସ୍ଲେ ଇଣ୍ଡିଆ ଲିମିଟେଡ୍ ଭାରତରେ ମ୍ୟାଗି ଲଞ୍ଚ କରିଥିଲା, କିନ୍ତୁ ଏହାପୂର୍ବରୁ ଏହା ବିଦେଶରେ ବହୁତ ଲୋକପ୍ରିୟ ଥିଲା। ୧୮୯୭ ମସିହାରେ ଜର୍ମାନୀରେ ମ୍ୟାଗି ପ୍ରଥମେ ପରିଚିତ ହୋଇଥିଲା।
ମ୍ୟାଗି ନିର୍ମାତାଙ୍କ ନାମ ଜୁଲିୟସ୍ ମାଇକେଲ୍ ଜୋହାନ୍ସ ମ୍ୟାଗି ଥିଲା। ସେ ସ୍ୱିଜରଲ୍ୟାଣ୍ଡର ଥିଲେ। ତାଙ୍କରି ନାଁ ଅନୁସାରେ ମ୍ୟାଗିର ନାଁ ରଖାଯାଇଥିଲା। ୧୮୮୪ରେ ଜୁଲିୟସ୍ ମଇଦାରେ ନିର୍ମିତ ଦ୍ରବ୍ୟ ବିକ୍ରୟ କରିବା ଆରମ୍ଭ କରିଥିଲେ, କିନ୍ତୁ ତାଙ୍କର ବ୍ୟବସାୟ ଭଲ ହେଉନଥିଲା। ଯାହାଫଳରେ ସେ ଭାବିଲେ ସେ ଏମିତି କିଛି ଖାଦ୍ୟ ପ୍ରସ୍ତୁତ କରିବେ ଯାହା ସୁଆଦିଆ ଲାଗିବ ଓ ଶୀଘ୍ର ହେବ। ଏହାପରେ ସେ ମ୍ୟାଗି ପ୍ରସ୍ତୁତ କରିବା ଆରମ୍ଭ କରିଥିଲେ।
ଧୀରେ ଧୀରେ ଜୁଲିୟସଙ୍କ ମ୍ୟାଗି ବଜାରରେ ନିଜର ପରିଚୟ ସୃଷ୍ଟି କଲା। ସେତେବେଳେ ସ୍ୱିଜରଲ୍ୟାଣ୍ଡ ସରକାର ମଧ୍ୟ ତାଙ୍କୁ ଏହି କାର୍ଯ୍ୟରେ ସାହାଯ୍ୟ କରିଥିଲେ।