ଓଡ଼ିଶାଲାଇଭ୍ ବ୍ୟୁରୋ

folk art

ଓଡ଼ିଶାର ପାରମ୍ପରିକ କଳା ଏବଂ କଳାକାର ସବୁବେଳେ ପ୍ରଶଂସନୀୟ। ତେବେ ରାଜ୍ୟର ସମସ୍ତ ପାରମ୍ପରିକ କଳାକାରମାନଙ୍କୁ ସ୍ୱତନ୍ତ୍ର ପରିଚୟ ଦେବା ଉଦ୍ଦେଶ୍ୟରେ ଚାଲିଛି ସେମାନଙ୍କ ତଥ୍ୟ ସଂଗ୍ରହ। ପ୍ରତ୍ୟକ ଜିଲ୍ଲାର ସାଂସ୍କୃତିକ ଅଧିକାରୀଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଏହି ତଥ୍ୟ ସଂଗ୍ରହ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଏହି ତଥ୍ୟ ସଂଗ୍ରହ କରାଯାଇ ଏକ ୱେବସାଇଟରେ ଅପଲୋଡ କରାଯିବ ଯେଉଁଠାରେ ସମସ୍ତ କଳାକାରଙ୍କ ବିଷୟରେ ଅତି ସହଜରେ ଲୋକମାନେ ଜାଣିପାରିବେ। ରାଜ୍ୟର କୋଣ ଅନୁକୋଣରୁ କଳାକାର ମାନଙ୍କୁ ଯୋଡ଼ିବା ପାଇଁ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଏହା ଏକ ପ୍ରୟାସ ଅଟେ। ଏହା ସରକାରଙ୍କ ୫-ଟି କାଯ୍ୟକ୍ରମ ଅଧିନରେ କାର୍ଯ୍ୟକାରୀ ହେବ। ଏହା ମାଧ୍ୟମରେ ଦକ୍ଷ କଳାକାରମାନଙ୍କ ଚିହ୍ନଟ କରାଯାଇ ଅଧିକ ପ୍ରଶିକ୍ଷଣ ପାଇଁ ବାହାରକୁ ପଠାଯାଇପାରିବ।

traditional art-3

ବର୍ତ୍ତମାନ ରାଜ୍ୟରେ ସମୁଦାୟ ୪୭୧ଟି ଲୋକକଳା ଥିବା ବେଳେ ପ୍ରାୟ ୧୦ ହଜାର ଲୋକକଳା ଦଳ ଅଛନ୍ତି। ରାଜ୍ୟର ସମସ୍ତ ଜିଲ୍ଲାରେ ଜିଲ୍ଲା କଳା ସଂସ୍କୃତି ସଂଘ ଏବଂ ପ୍ରତ୍ୟକ ବ୍ଲକରେ ବ୍ଲକ୍ କଳା ସଂସ୍କୃତି ସଂଘ ରହିଛି। ଏହା ବ୍ୟତୀତ ମୋଟ ୨୪ଟି ନଗର କଳା ସଂସ୍କୃତି ସଂଘ ମଧ୍ୟ ରହିଛି। ଏଥିରୁ ଉପକୃତ ହେଉଥିବା କଳାକାରଙ୍କ ସଂଖ୍ୟା ପ୍ରାୟ ୧ ଲକ୍ଷ ୬୧ ହଜାର।

artist

କଳାକାରଙ୍କ ତଥ୍ୟ ସଂଗ୍ରହ କାର୍ଯ୍ୟକ୍ରମ ମେ ୩୧ ସୁଦ୍ଧା ଶେଷ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ରାଜ୍ୟରେ ଲକଡାଉନ ଯୋଗୁଁ ଏହାର ସୀମା ଜୁନ୍ ୩୦ ଯାଏଁ ବଢ଼ାଇ ଦିଆଯାଇଛି। ଏହା ଦ୍ୱାରା କଳାକାରମାନଙ୍କୁ ଲୋକମାନଙ୍କ ମଧ୍ୟରେ ଏକ ନୂଆ ପରିଚୟ ମିଳିବ ବୋଲି ଆଶା ରଖିଛନ୍ତି ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଲବିଶୋଇ।

LEAVE A REPLY

Please enter your comment!
Please enter your name here