ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ସାଧାରଣତଃ ବିବାହ ପାଇଁ ସାଜସଜାକୁ ନେଇ ବେଶ୍ ଆଡ଼ମ୍ବର ଚାଲିଥାଏ। ବଲିଉଡ ସେଲିବ୍ରିଟିମାନେ ମଧ୍ୟ ନିଜ ବିବାହରେ ପିନ୍ଧିଥିବା ଆଉଡଫିଟକୁ ନେଇ ବେଶ୍ ଚର୍ଚ୍ଚାରେ ରହନ୍ତି। ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନ ମଧ୍ୟ ବିବାହ ସମୟରେ ଏକ ୩୫ ବର୍ଷ ପୁରୁଣା ଶାଢ଼ି ପିନ୍ଧି ଚର୍ଚ୍ଚାରେ ରହିଥିଲେ। ତେବେ କାହିଁକି? ସବୁବେଳେ ଫ୍ୟାସନ ଟ୍ରେଣ୍ଡ ସହ ତାଳ ଦେଇ ଚାଲୁଥିବା ରବୀନା ନିଜ ବିବାହ ପାଇଁ ଏପରି ଏକ ଆଫଟଫିଟ୍ କାହିଁକି ବାଛିଲେ? ଆସନ୍ତୁ ଜାଣିବା-
ରବୀନା ଟଣ୍ଡନ ୨୦୦୪ ଫେବୃଆରୀ ୨୨ରେ ଫିଲ୍ମ ଡିଷ୍ଟ୍ରିବ୍ୟୁଟର୍ ଅନିଲ୍ ଥଦାନୀଙ୍କ ସହ ବିବାହ କରିଥିଲେ। ବାହାଘରର ପ୍ରତ୍ୟକ କାର୍ଯ୍ୟ ପାଇଁ ପ୍ରମୁଖ ଫେସନ ଡିଜାଇନର ମାନବ ଗଙ୍ଗବାନୀଙ୍କ ଦ୍ୱାରା ଡିଜାଇନ ହୋଇଥିବା ଆଉଟଫିଟ୍ ପିନ୍ଧିଥିଲେ ରବୀନା। ହେଲେ ବିବାହ ସମୟରେ ସେ ବାଛିଥିଲେ ନିଜ ମା’ଙ୍କର ୩୫ ବର୍ଷର ପୁରୁଣା ଶାଢ଼ି।
ତେବେ ଯେପରି ଏହା ଆଉଟ୍ ଅଫ୍ ଫ୍ୟାସନ ଲ ଲାଗେ ସେଥିପ୍ରତି ମଧ୍ୟ ଧ୍ୟାନ ଦିଆଯାଇଥିଲା। ଏହି ଶାଢ଼ିକୁ ଡିଜାଇନର ମାନବ ଏକ ସୁନ୍ଦର ଲେହେଙ୍ଗାରେ ପରିବର୍ତ୍ତନ କରିଥିଲେ। ଏହା ସହ ରବୀନାଙ୍କ ପସନ୍ଦ ଅନୂଯାୟୀ ଏଥିରେ ସୁନାର ଫାଇବର ତାର ବ୍ୟବହାର କରି ଏହାକୁ ରିଡିଜାଇନ କରିଥିଲେ। ତେବେ ଏଥିରୁ ରବୀନାଙ୍କ ଜୀବନରେ ତାଙ୍କ ମା’ ଙ୍କ ଭୂମିକା କେତେ ମହତ୍ୱପୂର୍ଣ୍ଣ ଏବଂ ରବୀନାଙ୍କ ନିଜ ମା’ ପ୍ରତି ଥିବା ଭଲପାଇବା ଜଣାପଡ଼ିଥିଲା।