ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆନନ୍ଦ ଉଲ୍ଲାସର ସହ ଶେଷ ହୋଇଛି ଜନ୍ମାଷ୍ଟମୀ। ଆଜି ପାଳନ ହୋଇଛି ନନ୍ଦୋତ୍ସବ। ଚାରିଆଡ଼େ ଏହି ଉତ୍ସବ ପାଳନ କରାଯାଉଛି। ତେବେ କାହିଁକି ଏହି ଉତ୍ସବର ନାଁ ନନ୍ଦୋତ୍ସବ ସେ ବିଷୟରେ ଆସନ୍ତୁ ଜାଣିବା।

ନିଶାର୍ଦ୍ଧ ରାତିରେ କଂସ ବନ୍ଦୀଶାଳାରେ ଦେବକୀଙ୍କ ଅଷ୍ଟମ ଗର୍ଭରୁ ଜନ୍ମ ହୋଇଥିଲେ ଶ୍ରୀକୃଷ୍ଣ। ଭଗବାନ ଶ୍ରୀକୃଷ୍ଣ ଜନ୍ମ ହେବା ବେଳେ ସମସ୍ତେ ଚେତାଶୂନ୍ୟ ହୋଇଯାଇଥିଲେ। କିନ୍ତୁ ଭଗବାନ ତାଙ୍କ ରୂପ ମା’ ଦେବକୀ ଏବଂ ବସୁଦେବଙ୍କୁ ଦେଖାଇଥିଲେ। ଏହାପରେ ଭଗବାନ ବାଳକ ରୂପ ଧାରଣ କରିଥିଲେ।

ବସୁଦେବଙ୍କୁ ଶୂନ୍ୟରୁ ଆଦେଶ ହେଲା ଯେ ଏହି ବାଳକକୁ ନେଇ ଗୋପପୁରରେ ନନ୍ଦ ରାଜାଙ୍କ ଘରେ ଛାଡ଼ି ଦେଇ ତାଙ୍କ ଘରେ ଜନ୍ମ ନେଇଥିବା କନ୍ୟା ସନ୍ତାନକୁ ନେଇ ଆସିବା ପାଇଁ। ବସୁଦେବ ବନ୍ଦୀଶାଳାରୁ ଶ୍ରୀକୃଷ୍ଣଙ୍କୁ ନେଇ ରାତିରେ ନନ୍ଦ ରାଜାଙ୍କ ଘରେ ଛାଡ଼ିଦେଇ ଆସିଥିଲେ।

ନନ୍ଦଙ୍କ ଘରେ ଦୀର୍ଘ ବର୍ଷ ପରେ ପୁଅ ଜନ୍ମ ହୋଇଥିବାରୁ ଗୋପପୁରରେ ଉତ୍ସବ ଦେଖାଦେଇଥିଲା। ଗୋପବାସୀ ଯେଉଁ ଉତ୍ସବ ପାଳିଥିଲେ ତାହା ନନ୍ଦୋତ୍ସବ ନାଁରେ ନାମିତ।

LEAVE A REPLY

Please enter your comment!
Please enter your name here