ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାତି ପାହିଲେ ପବିତ୍ର ଜନ୍ମାଷ୍ଟମୀ, ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦିନ। ଏହି ଦିନରେ ଶ୍ରୀକୃଷ୍ଣଙ୍କୁ ଆରାଧନା କରି ଅନେକ ଉପବାସ କରିଥାନ୍ତି। କେହି କେହି ନିର୍ଜଳ ଉପବାସ ମଧ୍ୟ କରିଥାନ୍ତି। ପୂଜା ସରିବା ପରେ ପାଣି ଗ୍ରହଣ କରିଥାନ୍ତି।

ତେବେ ଲମ୍ବା ସମୟ ପର୍ଯ୍ୟନ୍ତ ଉପବାସ ରହିବା ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଇଥାଏ। ଏହା ବିଭନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିଥାଏ। ତେଣୁ ବ୍ରତ ଖୋଲିବା ପରେ କ’ଣ ଖାଇବେ ଏବଂ କେମିତି ସ୍ୱାସ୍ଥ୍ୟ ପ୍ରତି ସଜାଗ ରହିବେ ସେ ବିଷୟରେ ଜାଣନ୍ତୁ।

ବ୍ରତ ଖୋଲିବା ପରେ କିପରି କରିବେ ଭୋଜନ ?

୧- ବ୍ରତ ଖୋଳିବା ପରେ ପ୍ରଥମେ ଗୋଟିଏ ଗ୍ଲାସ ପାଣି ପିଇ ପାରିବେ। ଯାହାଦ୍ୱାରା ପେଟ ଥଣ୍ଡା ରହିବ ଏବଂ ଭୋଜନ ପରେ ଖାଦ୍ୟ ହଜମ ପ୍ରକ୍ରିୟାରେ ସହାୟକ ହୋଇଥାଏ। ଏହା ବ୍ୟତୀତ ଫଳ ରସ ମଧ୍ୟ ପିଇପାରିବେ।

୨- ବ୍ରତ ଖୋଲିବା ପରେ ମସଲାଯୁକ୍ତ ଖାଦ୍ୟରୁ ଦୂରେଇ ରୁହନ୍ତୁ। କାରଣ ଉପବାସ ପରେ ମସଲା ଖାଦ୍ୟ ଗ୍ରହଣ କରିବା ଦ୍ୱାରା ଏହା ପାଚନ ତନ୍ତ୍ରକୁ ପ୍ରଭାବିତ କରିଥାଏ। ଯାହଦ୍ୱାରା ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଏ।

୩- ବ୍ରତ ଖୋଲିବା ପରେ ଅଳ୍ପ ଖାଦ୍ୟ ଗ୍ରହଣ କରନ୍ତୁ। ଫଳରେ ଆପଣଙ୍କୁ ହାଲକା ଅନୁଭବ ହେବ।

Tags: #Janmaastami #LordKrishna #Fasting #ଜନ୍ମାଷ୍ଟମୀ #ଜନ୍ମାଷ୍ଟମୀଉପବାସ #ଶ୍ରୀକୃଷ୍ଣ

Comment