ଓଡିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଟେଭିଭିଜନରେ ପ୍ରସାରିତ ପୌରାଣିକ ଧାରାବାହିକଗୁଡ଼ିକରେ ଅନେକ କଳାକାର ଶ୍ରୀକୃଷ୍ଣଙ୍କ ଭୂମିକାରେ ନଜର ଆସିଛନ୍ତି। ସେମାନଙ୍କ ମଧ୍ୟରୁ ଏମିତି କିଛି କଳାକାର ଅଛନ୍ତି ଯାହାଙ୍କୁ ସ୍ଵୟଂ ଭଗବାନ ଶ୍ରୀକୃଷ୍ଣ ଭାବି ଲୋକମାନେ ପୂଜା ମଧ୍ୟ କରୁଥିଲେ। ଜାଣନ୍ତୁ ସେମିତି କିଛି କଳାକାରଙ୍କ ବିଷୟରେ ଯେଉଁମାନେ ଭଗବାନ ଶ୍ରୀକୃଷ୍ଣଙ୍କ ଚରିତ୍ରକୁ ଜୀବନ୍ତ କରିବାରେ ସଫଳ ହୋଇଥିଲେ।

ନୀତିଶ ଭରଦ୍ଵାଜ

ନବେ ଦଶକରେ ବି.ଆର୍ ଚୋପ୍ରାଙ୍କ ‘ମହାଭାରତ’ ଧାରାବାହିକରେ ନୀତିଶ ଭରଦ୍ଵାଜ କୃଷ୍ଣଙ୍କ ଭୂମିକା ନିଭେଇଥିଲେ। ସେତେବେଳେ ତାଙ୍କୁ ମାତ୍ର ୨୩ ବର୍ଷ ହୋଇଥିଲା। ଯେତେବେଳେ ‘ମହାଭାରତ’ ପ୍ରସାରିତ ହେଉଥିଲା ସେତେବେଳେ ତାଙ୍କର ଲୋକପ୍ରିୟତା ଏତେ ବଢ଼ିଯାଇଥିଲା ଯେ ସେ ଯୁଆଡ଼େ ବି ଯାଉଥିଲେ ଲୋକମାନେ ତାଙ୍କ ପାଦ ତଳେ ପଡ଼ିଯାଉଥିଲେ।ନୀତିଶ ଛୋଟ ପରଦା ବ୍ୟତୀତ ମରାଠୀ ସିନେଜଗତରେ ମଧ୍ୟ ସ୍ଵତନ୍ତ୍ର ପରିଚୟ ହାସଲ କରିଥିଲେ। ଫିଲ୍ମ ଏବଂ ଟିଭିରେ ଅଭିନୟ ପରେ ନୀତିଶ ରାଜନୀତିରେ ମନୋନିବେଶ କରିଥିଲେ ଏବଂ ବିଜେପି ପକ୍ଷରୁ ଲୋକସଭା ସାଂସଦ ହୋଇଥିଲେ।

ସ୍ଵପ୍ନିଳ ଯୋଶୀ

ରମାନନ୍ଦ ସାଗରଙ୍କର ଲୋକପ୍ରିୟ ଧାରାବାହିକ ‘ଶ୍ରୀ କୃଷ୍ଣ’ରେ ସ୍ଵପ୍ନିଳ ଯୋଶୀ କୃଷ୍ଣଙ୍କ ଯୁବ ଚରିତ୍ରରେ ଅଭିନୟ କରିଥିଲେ। ଏହାଛଡ଼ା ସେ ‘ଉତ୍ତର ରାମାୟଣ’ରେ କୃଷ୍ଣଙ୍କ ଚରିତ୍ର ନିଭେଇଥିଲେ।ସ୍ଵପ୍ନିଳ ଛୋଟ ପରଦାରେ ଅନେକ କମେଡି ସୋରେ ନଜର ଆସିଛନ୍ତି। ଏହା ବ୍ୟତୀତ ସେ ଏବେ ମରାଠୀ ଟିଭି ଇଣ୍ଡଷ୍ଟ୍ରିରେ ସକ୍ରିୟ ଅଛନ୍ତି।

ସର୍ବଦମନ ଡି ବାନାର୍ଜୀ

‘ଶ୍ରୀ କୃଷ୍ଣ’ ଧାରାବାହିକରେ ସର୍ବଦମନ ଡି ବାନାର୍ଜୀ ମୁଖ୍ୟ ଚରିତ୍ରରେ ନଜର ଆସିଥିଲେ। ଏହି ଚରିତ୍ରରୁ ସର୍ବଦମନଙ୍କୁ ବିପୁଳ ଲୋକପ୍ରିୟତା ମିଳିଥିଲା। ଏହାପରେ ସେ ଅର୍ଜୁନ, ଜୟ ଗଙ୍ଗା ମୈୟା ଏବଂ ଓମ୍ ନମଃ ଶିବାୟ ଧାରାବାହିକରେ ଅଭିନୟ କରିଥିଲେ। ଏହି ସମସ୍ତ ସିରିୟଲରେ ସର୍ବଦମନ କୃଷ୍ଣଙ୍କ ଚରିତ୍ରରେ ଅଭିନୟ କରିଥିଲେ।ବର୍ତ୍ତମାନ ସର୍ବଦମନ ଇଣ୍ଡଷ୍ଟ୍ରିରୁ ଦୂରେଇ ଯାଇ ଋଷିକେଷରେ ଯୋଗଗୁରୁ ରୂପେ କାର୍ଯ୍ୟରତ।

ସୌରଭ ରାଜ ଜୈନବର୍ତ୍ତମାନ ସମୟରେ କୃଷ୍ଣଙ୍କ ଚରିତ୍ରରେ ଅଭିନୟ କରିଥିବା ସୌରଭ ରାଜ ଜୈନ ଏକ ପ୍ରସିଦ୍ଧ ଚେହେରା। ସୌରଭ ୨୦୧୩ରେ ନିର୍ମିତ ‘ମହାଭାରତ’ରେ କୃଷ୍ଣଙ୍କ ଭୂମିକାରେ ଅଭିନୟ କରିଥିଲେ। ଏହା ବ୍ୟତୀତ ସେ ଅନେକ ସିରିୟଲରେ କୃଷ୍ଣ ଏବଂ ବିଷ୍ଣୁଙ୍କ ଚରିତ୍ରରେ ନଜର ଆସିଛନ୍ତି।

ବିଶାଲ କରବାଲବିଶାଲ କରବାଲ ଟେଲି ଜଗତର ଏକ ଜଣାଶୁଣା ନାଁ। ବହୁ ଫିଲ୍ମ ଏବଂ ରିୟଲିଟି ସୋରେ କାମ କରିସାରିଥିବା ବିଶାଲ ‘ଦ୍ଵାରକାଧୀଶ’ ସିରିୟଲରେ କୃଷ୍ଣଙ୍କ ଚରିତ୍ରରେ ନଜର ଆସିଥିଲେ। ଏହାଛଡ଼ା ‘ପରମାବତାର’ ରେ ମଧ୍ୟ ସେ କୃଷ୍ଣଙ୍କ ଭୂମିକା ନିଭେଇଥିଲେ।

ଧୃତି ଭାଟିଆ

‘ଜୟ ଶ୍ରୀ କୃଷ୍ଣ’ ସିରିୟଲରେ ଧୃତି ଭାଟିଆ ବାଳ ଶ୍ରୀକୃଷ୍ଣଙ୍କ ଚରିତ୍ରରେ ଅଭିନ୍ୟ କରିଥିଲେ। ଏହାପରେ ‘ଧୃତି ମାତା କି ଚୌକି’ରେ ଦୁର୍ଗା ଚରିତ୍ରରେ ନଜର ଆସିଥିଲେ। ଏହା ବ୍ୟତୀତ ଆହୁରି ଅନେକ ଧାରାବାହିକରେ ଧୃତି କାମ କରିଛନ୍ତି।

Comment