ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଦିନକୁ ଦିନ ଅଧିକ ଟେଷ୍ଟ ହେଉଥିଲେ ମଧ୍ୟ କରୋନା ସଂକ୍ରମଣର ଅନୁପାତ କମ ରହିଛି। ଯାହାକି ରାଜ୍ୟ ପାଇଁ ଏକ ଆଶ୍ୱସ୍ତିକର ଖବର। ସେପ୍ଟେମ୍ବର ମାସରେ ରାଜ୍ୟରେ ସଂକ୍ରମଣ ଶିଖର ଛୁଇଁବ ଏହାପରେ ଯାଇ ସଂକ୍ରମଣ ହ୍ରାସ ପାଇବ ବୋଲି କହିଛନ୍ତି ଆଇଏଲଏସ୍ ନିର୍ଦ୍ଦେଶକ ଅଜୟ ପରିଡା।

ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଓଡ଼ିଶାରେ କରୋନା ସ୍ଥିତି ଭଲ ରହିଛି। ଆମ ରାଜ୍ୟରେ ସଂକ୍ରମଣର ଅନୁପାତ ଅନ୍ୟ ରାଜ୍ୟ ତୁଳନାରେ ଢେର୍ କମ୍ ରହିଛି ବୋଲି ସେ କହିଛନ୍ତି।BGU

ପ୍ରତିଦିନ ଟେଷ୍ଟର ପରିମାଣ ବୃଦ୍ଧି ପାଉଥିବା ହେତୁ ପଜିଟିଭ୍ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ଯେଉଁ କାରଣରୁ ଗତକାଲି ପାଖାପାଖି ୩ ହଜାର ସଂକ୍ରମିତ ଚିହ୍ନଟ ହୋଇଥିଲେ। ହେଲେ ଏସବୁ ମଧ୍ୟରେ ଓଡ଼ିଶାରେ କରୋନା ନିୟନ୍ତ୍ରଣାଧୀନ ଅଛି ବୋଲି ସେ କହିଛନ୍ତି।

ଗତ କିଛି ଦିନ ଧରି ରାଜ୍ୟରୁ ପ୍ରତିଦିନ ୨ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଯାହାକି ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଦେଇଛି। ଲୋକମାନେ ଆତଙ୍କିତ ହେବା ସହ ଟେଷ୍ଟ କରିବାକୁ ଡରୁଥିବା ଦେଖିବାକୁ ମିଳୁଛି।

LEAVE A REPLY

Please enter your comment!
Please enter your name here