ଓଡ଼ିଶାଲାଇଭ୍ ବ୍ୟୁରୋ
- ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ବୈଠକ
- ଭର୍ଚୁଆଲ ବୈଠକରେ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ଯୋଗଦାନ
- ଦଳୀୟ କର୍ମକର୍ତ୍ତାଙ୍କୁ ଦେଲେ ଉଦବୋଧନ
- କହିଲେ, ‘‘ଓଡ଼ିଶାରେ ଖୁବଶୀଘ୍ର ସରକାର ଗଠନ କରିବ ବିଜେପି’’
ଓଡ଼ିଶାରେ ବିଜେପି କାର୍ଯ୍ୟକର୍ତ୍ତା ଭଲ କାମ କରୁଛନ୍ତି। ରାଜ୍ୟରେ ବିଜେପି ଏବେ ଆଗକୁ ବଢ଼ିଛି। ଦଳ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ମଧ୍ୟ ପାଇଛି। ତେଣୁ ରାଜ୍ୟରେ ସରକାର ଗଠନ ଆଉ ବେଶୀ ଦୂର ନୁହେଁ ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା।
ଶନିବାର ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଇ ଜେପି ନଡ୍ଡା ଦଳର ସଫଳତା ବିଷୟରେ କହିବା ସହିତ ଦଳୀୟ କର୍ମକତ୍ତାଙ୍କୁ ଉଦବୋଧନ ଦେଇଥିଲେ। ଆତ୍ମଚିନ୍ତନ କରି କାର୍ଯ୍ୟକର୍ତ୍ତାମାନେ ନିଜର ଦକ୍ଷତା ବଢ଼ାନ୍ତୁ ବୋଲି ସେ କହିଥିଲେ।୨୦୧୪ ଲୋକସଭା ନିର୍ବାଚନରେ ଦଳକୁ ୨୧ ପ୍ରତିଶତ ଭୋଟ ମିଳିଥିଲା। ଏଥର ଲୋକସଭାରେ ୩୮ ପ୍ରତିଶତ ଭୋଟ ମିଳିଛି। ସେହିପରି ୨୦୧୪ ବିଧାନସଭା ନିର୍ବାଚନରେ ଦଳକୁ ୧୮ ପ୍ରତିଶତ ଭୋଟ ମିଳିଥିଲା ବେଳେ ୨୦୧୯ ନିର୍ବାଚନରେ ୩୨ ପ୍ରତିଶତ ଭୋଟ ମିଳିଛି। ଦଳକୁ ଏହାକୁ ୫୦% ଉପରକୁ ନେବାକୁ ମନରେ ସଂକଳ୍ପ ନେବାକୁ ପଡ଼ିବ ବୋଲି ଜେପି ନଡ୍ଡା କହିଛନ୍ତି।
ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ, ରାଜ୍ୟ ପ୍ରଭାରୀ ଅରୁଣ ସିଂହ ଓ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ପ୍ରମୁଖ ଏହି ବୈଠକରେ ଯୋଗ ଦେଇଛନ୍ତି।