ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୀର୍ଘ ଦିନର ବ୍ୟବଧାନ ପରେ ଅକ୍ଟୋବର ମାସରେ ଖୋଲିବ ରାଜ୍ୟର ସମସ୍ତ ପର୍ଯ୍ୟଟନସ୍ଥଳୀ। ବିଶ୍ୱ ପର୍ଯ୍ୟଟନ ଦିବସରେ ଏନେଇ ସୂଚନା ଦେଇଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ।

ଅକ୍ଟୋବର ପ୍ରଥମ ସପ୍ତାହରୁ କୋଭିଡ କଟକଣା ଭିତରେ ପର୍ଯ୍ୟଟନସ୍ଥଳୀ ଖୋଲାଯିବ। କିନ୍ତୁ ମନ୍ଦିର ଖୋଲିବ କି ନାହିଁ ମନ୍ଦିର ପ୍ରଶାସନ ଓ ଆଇନ ବିଭାଗ ନିଷ୍ପତ୍ତି ନେବେ ବୋଲି ମନ୍ତ୍ରୀ କହିଛନ୍ତି। ସେହିପରି ପର୍ଯ୍ୟଟନସ୍ଥଳୀଗୁଡ଼ିକ ପର୍ଯ୍ୟାୟ କ୍ରମେ ଖୋଲିବ ବୋଲି ସେ କହିଛନ୍ତି।

କରୋନା ମହାମାରୀରେ ସବୁଠୁ ଅଧିକ କ୍ଷତିଗ୍ରହ ହୋଇଛି ପର୍ଯ୍ୟଟନ ବିଭାଗ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପର୍ଯ୍ୟଟନସ୍ଥଳୀକୁ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଅନ୍‌ଲକ ୪ରେ କେନ୍ଦ୍ର ସରକାର ମଧ୍ୟ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଅନୁମତି ଦେଇଥିଲେ।

LEAVE A REPLY

Please enter your comment!
Please enter your name here