ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟର ସବୁ ମେଡିକାଲ କଲେଜରେ ମିଳିବ କରୋନା ଟିକା। କରୋନା ଟିକାକୁ ଅଧିକ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ପାଇଁ ରାଜ୍ୟର ସମସ୍ତ ମେଡିକାଲ କଲେଜକୁ ଚିହ୍ନଟ କରାଯାଇଛି। ପ୍ରତି ମେଡିକାଲ କଲେଜରେ ଅନ୍ତତଃ ୫ ଦିନ କୋଭିଡ ଟିକା ଦିଆଯିବ।

ରବିବାର ଗୋଟିଏ ଦିନ ବନ୍ଦ ରହିବା ପରେ ସୋମବାର ରାଜ୍ୟରେ ପୁଣି କରୋନା ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ରାଜ୍ୟରେ କରୋନା ଟିକା ଦେବା ପାଇଁ ଅଧିକ ସ୍ଥାନ ନିରୂପଣ କରାଯାଇଛି ଓ ଅଧିକ କର୍ମଚାରୀ ଏଥିପାଇଁ ନିୟୋଜିତ ହୋଇଛନ୍ତି।

ରାଜ୍ୟରେ ପ୍ରଥମ ଦିନ ପ୍ରାୟ ୧୬୦ଟି କେନ୍ଦ୍ରରେ ଟିକା ଦିଆଯାଇଥିଲା। ଏଥିରେ ୧୪ ହଜାର ଲୋକ ଟିକା ନେଇଥିଲେ। ସରକାର ସ୍ଥିର କରିଛନ୍ତି ଯେ, ଜାନୁଆରି ୨୫ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ଟିକାକରଣ ଶେଷ ହେବ। ପ୍ରଥମେ କେବଳ ସ୍ୱାସ୍ଥ୍ୟ କର୍ମୀ ଏବଂ ସଫେଇ କର୍ମଚାରୀମାନେ ଟିକା ନେବେ ବୋଲି ନିଷ୍ପତ୍ତି ନିଆଯାଇଛି।

LEAVE A REPLY

Please enter your comment!
Please enter your name here