ଓଡ଼ିଶାଲାଇଭ୍ ବ୍ୟୁରୋ
- ରାଜ୍ୟରେ ବଢୁଛି ଶୀତ ପ୍ରବାହ
- ୧୧ ଡିଗ୍ରୀ ତଳେ ରାଜ୍ୟର ୮ ସହର
- ଦାରିଙ୍ଗବାଡ଼ିରେ ସର୍ବନିମ୍ନ ୬.୫ ଡିଗ୍ରୀକୁ ଖସିଲା ପାରଦ
ସବୁଠି ଖସିଛି ରାତି ତାପମାତ୍ରା। ହାଡ଼ଭଙ୍ଗା ଶୀତ ସାରା ରାଜ୍ୟକୁ ଥରାଉଛି। ପାଣିପାଗ ବିଭାଗର ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଦାରିଙ୍ଗବାଡ଼ିଠାରେ ରାଜ୍ୟର ସର୍ବନିମ୍ନ ୬.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ସେହିପରି ୮ଟି ସ୍ଥାନରେ ପାରଦ ୧୧ ଡିଗ୍ରୀ ତଳେ ଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ତେବେ ଶୀତର ପ୍ରକୋପ ଆଗକୁ ଆହୁରି ବଢ଼ିବ। ପାଣିପାଗ ବିଭାଗର ଆକଳନ ଅନୁସାରେ, ଆସନ୍ତା ୨-୩ ଭିତରେ ୨ରୁ ୩ ଡିଗ୍ରୀ କମିବ ପାରଦ। ଡିସେମ୍ଵର ୨୧ ତାରିଖବେଳକୁ ପ୍ରବଳ ଜାଡ଼ରେ ଥରିବ ସାରା ଓଡ଼ିଶା। ତେଣୁ ସନ୍ଧ୍ୟା ପରେ ବିନା ଶୀତ ବସ୍ତ୍ରରେ ବାହାରକୁ ନ ବାହାରିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି।
୬.୫ ଡ଼ିଗ୍ରୀ ରାତ୍ରି-ତାପମାତ୍ରା ସହ #ଦାରିଙ୍ଗବାଡି ଓଡ଼ିଶାର ଥଣ୍ଡା ସହର#୧୧ଡ଼ିଗ୍ରୀ ତଳେ #୮ସ୍ଥାନରେ ରାତ୍ରି ତାପମାତ୍ରା
ଫୁଲବାଣୀ ୭.୫, କୋରାପୁଟ ୯, ଟିଟଲାଗଡ ୯.୩, ଝାରସୁଗୁଡା ୯.୬, କେନ୍ଦୁଝର ୯.୬, ସୁନ୍ଦରଗଡ ୧୦, ଭବାନୀପାଟଣା ଠାରେ ୧୦ ଡ଼ିଗ୍ରୀ
ଭୁବନେଶ୍ୱର ୧୨.୨ ଏବଂ କଟକ ୧୨ଡ଼ିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ pic.twitter.com/JlCZiV3yEt
— Meteorological Centre, Bhubaneswar (@mcbbsr) December 17, 2021
ଉତ୍ତର-ପଶ୍ଚିମ ତଥା ଉତ୍ତର ଦିଗରୁ ଶୁଷ୍କ ଏବଂ ଥଣ୍ଡା ପବନ ଓଡ଼ିଶା ମଧ୍ୟକୁ ପ୍ରବେଶ କରିଛି। ଏହା ପ୍ରଭାବରେ ଦୁଇ ଦିନ ହେବ ରାଜ୍ୟରେ ଥଣ୍ଡା ବଢ଼ିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦାରିଙ୍ଗବାଡ଼ିଠାରେ ସର୍ବନିମ୍ନ ୬.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଚାନ୍ଦବାଲି, ଝାରସୁଗୁଡ଼ା, କେନ୍ଦୁଝର, ସୁନ୍ଦରଗଡ଼, ଭବାନୀପାଟଣା, କୋରାପୁଟ, ଫୁଲବାଣୀ, ଟିଟିଲାଗଡ଼ ଆଦି ସ୍ଥାନରେ ୧୧ ଡିଗ୍ରୀ ତଳେ ରହିଛି ପାରଦ।ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଟୁଇନ୍ ସିଟି କଟକ ଏବଂ ଭୁବନେଶ୍ଵରରେ ଯଥାକ୍ରମେ ୧୨ ଡିଗ୍ରୀ ଏବଂ ୧୨.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।