ଓଡ଼ିଶାଲାଇଭ୍ ବ୍ୟୁରୋ

ଗୃହରକ୍ଷୀମାନଙ୍କୁ ଉପହାର ଦେଲେ ରାଜ୍ୟ ସରକାର। ଗୃହରକ୍ଷୀଙ୍କ ଡ୍ୟୁଟି କଲ୍ ଅପ୍ ଭତ୍ତାରେ ବୃଦ୍ଧି କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଗୃହରକ୍ଷୀମାନଙ୍କ ଡ୍ୟୁଟି କଲ୍ ଅପ୍ ଭତ୍ତା ୩୮ ପ୍ରତିଶତ ବୃଦ୍ଧି ହୋଇଛି।

ବର୍ତ୍ତମାନ ଗୃହରକ୍ଷୀମାନଙ୍କ ମାସିକ ଭତ୍ତା ୯,୦୦୦ରୁ ବୃଦ୍ଧି ପାଇ ୧୨,୨୮୦ ଟଙ୍କା ହୋଇଛି। ଏହା ସହିତ ସେମାନଙ୍କୁ ପୂର୍ବରୁ ପ୍ରଦାନ କରାଯାଉଥିବା ଅନ୍ୟାନ୍ୟ ଭତ୍ତା ଜାରି ରହିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ ପରେ ଏହା ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଲାଭ କରିଛି। ପୂର୍ବରୁ ଗୃହରକ୍ଷୀମାନଙ୍କୁ ଡ୍ୟୁଟି କଲ୍ ଅପ୍ ଭତ୍ତା ମାସିକ ୯,୦୦୦ ଟଙ୍କା ମିଳୁଥିଲା। ଏବେ ଦୈନିକ ଭତ୍ତା ୪୧୬ ଟଙ୍କାକୁ ବୃଦ୍ଧି କରାଯାଇଛି। ଏବେ ପୂର୍ବ ଭତ୍ତା ବୃଦ୍ଧି ପାଇ ୧୨,୨୮୦ ଟଙ୍କା ହୋଇଛି।

Tags: #HomeGuard #AllowanceHike #OdishaGovt #NaveenPatnaik

 

LEAVE A REPLY

Please enter your comment!
Please enter your name here