ଓଡ଼ିଶାଲାଇଭ୍ ବ୍ୟୁରୋ
ବରଗଡ଼ ଜିଲ୍ଲା ଅତାବିରା ଏନଏସି ନିର୍ବାଚନରେ ବିଜୟୀ ହୋଇଛି ବିଜେଡି। ଅତାବିରାର ୧୨ଟି ୱାର୍ଡରୁ ୧୧ଟି ୱାର୍ଡରେ ବିଜେଡିର କାଉନସିଲର ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଏଥିସହ ଅତାବିରା ଏନଏସିର ଅଧ୍ୟକ୍ଷ ପଦ ପାଇଁ ମଧ୍ୟ ବିଜେଡି ପ୍ରାର୍ଥୀ ବନମାଳି ବରିହା ବିଜୟୀ ହୋଇଛନ୍ତି। ଅନ୍ୟପଟେ କଂଗ୍ରେସ କେବଳ ଗୋଟିଏ କାଉନସିଲର ଆସନ ହାତେଇଛି।
ବିଜେଡି ପ୍ରାର୍ଥୀ ବନମାଳି ବରିହା ୪,୮୨୮ଟି ଭୋଟ ବ୍ୟବଧାନରେ କଂଗ୍ରେସର ସବିତା ଭୁଏଙ୍କୁ ହରାଇଛନ୍ତି। ସେ ନିର୍ବାଚନରେ ସର୍ବମୋଟ ୬,୫୬୫ଟି ଭୋଟ ପାଇଛନ୍ତି। ଅନ୍ୟପଟେ ଅଧ୍ୟକ୍ଷ ପଦ ପାଇଁ କଂଗ୍ରେସର ସବିତା ଭୁଏଙ୍କୁ ୧,୭୩୭ଟି ଭୋଟ ମିଳିଥିଲା। ସେହିପରି ବିଜେପିର ଲକ୍ଷ୍ମୀ ବେହେରା ୧,୫୩୨ ଖଣ୍ଡ ଭୋଟ ପାଇଛନ୍ତି।
ମଙ୍ଗଳବାର ସକାଳ ୮ଟାରୁ ଅତାବିରାରେ ଭୋଟ ଗଣତି ଆରମ୍ଭ ହୋଇଥିଲା। ଗଣତି ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ଏଥିରେ ୪ଟି ଟେବୁଲରେ ଚାରି ରାଉଣ୍ତ ଗଣତି ହୋଇଥିଲା।
ଅତାବିରାରେ ଏପ୍ରିଲ ୩ ତାରିଖରେ ଏନଏସି ନିର୍ବାଚନ ହୋଇଥିଲା। ଏଠାରେ ୭୪ ପ୍ରତିଶତ ମତଦାନ ହୋଇଥିଲା। ଅତାବିରା ଏନଏସିରେ କାଉନସିଲର ପଦ ପାଇଁ ୩୯ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ିଥିଲେ। ଅନ୍ୟପଟେ ଅଧ୍ୟକ୍ଷ ୪ ଜଣ ପ୍ରାର୍ଥୀ ପ୍ରତିଦ୍ଵନ୍ଦ୍ଵିତା କରିଥିଲେ।
Tags: #NACElection #Atabira #Politics #Election #BJD #BJP #Congress