ଓଡ଼ିଶାଲାଇଭ୍ ବ୍ୟୁରୋ

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସେ ବୁଧବାର ରାତିରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ଏହାପରେ ସେ ରାଜ୍ୟ ବିଜେପି ମୁଖ୍ୟାଳୟରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବେ। ସେହିପରି ଗୁରୁବାର ସେ ପୁରୀରେ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେବେ।

ବୁଧବାର ରାଜ୍ୟ ବିଜେପି ମୁଖ୍ୟାଳୟରେ କଟକ ମହାନଗର ନିଗମର ପ୍ରଥମ ମେୟର ତଥା ପୂର୍ବତନ ବିଧାୟିକା ନିବେଦିତା ପ୍ରଧାନଙ୍କର ସ୍ମୃତି ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ରଖାଯାଇଛି। ଏଥିରେ କେନ୍ଦ୍ର ଅର୍ଥମନ୍ତ୍ରୀ ସାମିଲ ହେବେ। ଏଠାରେ ଦଳୀୟ ନେତୃତ୍ୱଙ୍କ ସହ ଆଲୋଚନା କରି ସେ ପୁରୀ ଅଭିମୁଖେ ବାହାରିବେ।

ନିର୍ମଳା ସୀତାରମଣ ଗୁରୁବାର ସକାଳେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ। ଏହାପରେ ସେ ପୁରୀ ସ୍ଥିତ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ‘ମେରି ମିଟ୍ଟି ମେରା ଦେଶ’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ସେଠାରୁ ସେ ବୀରହରେକୃଷ୍ଣପୁର ଯାଇ ମହାନ ସ୍ୱାଧୀନତା ସଂଗ୍ରାମୀ ସହିଦ ଜୟୀ ରାଜଗୁରୁଙ୍କ ଜନ୍ମସ୍ଥାନ ପରିଦର୍ଶନ କରିବେ। ଏହାପରେ ସେ ଅପରାହ୍ଣରେ ଭୁବନେଶ୍ୱର ଫେରିଆସିବେ।

ଗୁରୁବାର ଅପରାହ୍ଣ ୫ଟା ବେଳେ ଅର୍ଥମନ୍ତ୍ରୀ ସୋଆ ବିଶ୍ୱବିଦ୍ୟାଳୟରେ ହେବାକୁ ଥିବା ଜାତୀୟ ଚାଟାର୍ଡ ଆକାଉଣ୍ଟାଣ୍ଟ ସମ୍ମିଳନୀରେ ଯୋଗ ଦେଇ ଏହାର ଉଦଘାଟନ କରିବେ। ଏହାପରେ ସେ ଗୁରୁବାର ସନ୍ଧ୍ୟାରେ ଦିଲ୍ଲୀ ଫେରିଯିବେ।

Tags: #NirmalaSitharaman #UnionFinanceMinister #OdishaVisit #Bhubaneswar #Odisha

LEAVE A REPLY

Please enter your comment!
Please enter your name here