ଓଡ଼ିଶାଲାଇଭ୍ ବ୍ୟୁରୋ

Lokaseva Bhawan

ଭୁବନେଶ୍ଵର ଲୋକସେବା ଭବନରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟିଛି। ଲୋକସବା ଭବନର ପ୍ରଥମ ମହଲାରେ ଥିବା ରାଜସ୍ଵ ବିଭାଗର କାର୍ଯ୍ୟାଳୟରେ ନିଆଁ ଲାଗିଥିଲା। ପରେ ଅଗ୍ନିଶମ ବାହିନୀ ଉକ୍ତ ନିଆଁକୁ ଆୟତ୍ତ କରିଥିଲେ। ଏନେଇ ରାଜସ୍ୱ ବିଭାଗ ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁ ସୂଚନା ଦେଇଛନ୍ତି।

ମଙ୍ଗଳବାର ସକାଳେ ଲୋକସବା ଭବନର ରାଜସ୍ଵ ବିଭାଗର କାର୍ଯ୍ୟାଳୟରେ ଏସି ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ଯାଇଥିଲା। କିଛି କର୍ମଚାରୀ ଏହାକୁ ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଏହାସହ ନିଆଁ ଲାଗିଥିବା ଦେଖି କାର୍ଯ୍ୟାଳୟରେ ଥିବା ଲୋକମାନେ ବାହାରକୁ ବାହାରକୁ ଚାଲି ଯାଇଥିଲେ।   

ଏହାପରେ  ଅଗ୍ନିଶମ ବାହିନୀ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଅଳ୍ପ ସମୟ ମଧ୍ୟରେ ସେମାନେ ନିଆଁକୁ ଲିଭାଇ ଦେଇଥିଲେ।

ଏହି ଅଗ୍ନିକାଣ୍ଡରେ କୌଣସି ବ୍ୟକ୍ତି ଆହତ ହୋଇନାହାନ୍ତି। ଏହାସହ ରାଜସ୍ଵ ବିଭାଗର କୌଣସି କାଗଜପତ୍ର ମଧ୍ୟ ନଷ୍ଟ ହୋଇନାହିଁ।

Tags: #LoksevaBhawan #FireIncident #RevenueDept #Bhubaneswar #Odisha

LEAVE A REPLY

Please enter your comment!
Please enter your name here