ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ସ୍ଵର୍ଗଦ୍ଵାରରେ ଅନ୍ତିମ ସଂସ୍କାର କରିବା ପାଇଁ ଆଉ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିବନି। ସ୍ଵର୍ଗଦ୍ଵାରରେ ଶବଦାହ ଲାଗି ଆଗୁଆ ସ୍ଥାନ ବୁକିଂ କରିହେବ। ଏଥିପାଇଁ swargadwar.com ୱେବସାଇଟ ଲୋକାର୍ପଣ କରାଯାଇଛି।
ଏହି ୱେବସାଇଟରେ ଅନ୍ତିମ ସଂସ୍କାର ପାଇଁ ପଞ୍ଜିକରଣ ସହ ଅନ୍ୟାନ୍ୟ ସୁବିଧା ସମ୍ପର୍କରେ ଜାଣିହେବ। ଏଥିରେ ୩ଟି ଭାଷା ଓଡ଼ିଆ, ହିନ୍ଦୀ ଏବଂ ଇଂରାଜୀରେ ତଥ୍ୟ ଉପଲବ୍ଧ ରହିବ। ଆବଶ୍ୟକ ତଥ୍ୟ ଅପଲୋଡ କରି ଶବଦାହ ଲାଗି ପଞ୍ଜିକରଣ କରିବାକୁ ପଡ଼ିବ।
ବର୍ତ୍ତମାନ ପରୀକ୍ଷାମୂଳକ ଭାବେ ଏହି ୱେବସାଇଟ ଲଞ୍ଚ୍ କରାଯାଇଛି। ପରବର୍ତ୍ତୀ ସମୟରେ ଆବଶ୍ୟକତା ଅନୁଯାୟୀ ଏଥିରେ ପରିବର୍ତ୍ତନ କରାଯିବ। ଏହା ଛଡ଼ା ଖୁବ୍ ଶୀଘ୍ର ସ୍ଵର୍ଗଦ୍ଵାର ଆପ୍ ପ୍ଲେ ଷ୍ଟୋରରେ ଉପଲବ୍ଧ ହେବ। ପୁରୀ ସ୍ଵର୍ଗଦ୍ଵାରକୁ ଅନ୍ତିମ ସଂସ୍କାର ପାଇଁ ଆସୁଥିବା ଲୋକଙ୍କୁ ସହଜରେ ସେବା ଯୋଗାଇ ଦେବା ଲକ୍ଷ୍ୟରେ ଏହିପରି ପଦକ୍ଷେପ ଗ୍ରହଣ କରାଯାଇଥିବା ସ୍ଵର୍ଗଦ୍ଵାର ସେବା ସମିତି ଆବାହକ ସମ୍ପାଦକ ତଥା ଉପଜିଲ୍ଲାପାଳ ଭବତାରଣ ସାହୁ ସୂଚନା ଦେଇଛନ୍ତି।
Tags: #puri #swargadwar #swargadwarwebsite #cremation #odisha #onlineregistration