ଓଡ଼ିଶାଲାଇଭ୍ ବ୍ୟୁରୋ

ସରକାରଙ୍କର ଚାରି ବର୍ଷ ପୂର୍ତ୍ତି ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

  • ୨୦୧୭-୧୮ ଆର୍ଥିକ ବର୍ଷରେ ୨୩୮୫୭ କୋଟି ୨୩ ଲକ୍ଷ ଟଙ୍କା ବ୍ୟୟବରାଦ
  • ଚଳିତ ଆର୍ଥିକ ବର୍ଷରେ ୧୪୫୨୬ କୋଟି ୯୮ ଲକ୍ଷ ଟଙ୍କା ଅର୍ଥ ବ୍ୟୟବରାଦ
  • ଅଧାରୁ ପାଠ ଛାଡ଼ୁଥିବା ପିଲାଙ୍କ ପାଇଁ ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନ
  • ଗ୍ରାମାଞ୍ଚଳ ଓ ଆଂଶିକ ସହରାଞ୍ଚଳରେ ବାସ କରୁଥିବା ପିଲାଙ୍କ ପାଇଁ ଆଦର୍ଶ ବିଦ୍ୟାଳୟ ଯୋଜନା
  • ୩୫ ହଜାର ୪୪୦ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ‘ମୁଖ୍ୟମନ୍ତ୍ରୀ ମେଧାବୃତ୍ତି’

ସମୀକ୍ଷା ବୈଠକ ପରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ହୋଇଥିଲା। ୪ ବର୍ଷ ମଧ୍ୟରେ ବିଭାଗ ପକ୍ଷରୁ କରାଯାଇଥିବା ବିଭିନ୍ନ ଜନକଳ୍ୟାଣକାରୀ ଯୋଜନା ସମ୍ପର୍କରେ ଅବଗତ କରାଯାଇଥିଲା। ସାମ୍ବାଦିକ ସମ୍ମିଳନୀରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ରମେଶ ମାଝି, ସଚିବ ଆର୍ ରଘୁପ୍ରସାଦ, ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ଲକ୍ଷ୍ମୀଧର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନା ଓ ଲୋକସମ୍ପର୍କ ବିଭାଗ ସୌଜନ୍ୟରୁ ପ୍ରାପ୍ତ ପ୍ରେସନୋଟ

ଶିକ୍ଷା ବିକାଶର ଭିତ୍ତିଭୂମି। ସମସ୍ତଙ୍କୁ ଶିକ୍ଷା ଯୋଗାଇଦେବା ତଥା ସମସ୍ତଙ୍କୁ ବିଦ୍ୟାଳୟ ଶିକ୍ଷା ସମାପ୍ତ କରାଇବା ସହିତ ଅନ୍ତତଃ ଶୈଶବରେ କୌଣସି ପିଲାଙ୍କୁ ରାଷ୍ଟ୍ରିୟ ମାଧ୍ୟମିକ ଶିକ୍ଷା ଅଭିଯାନ, ମଧ୍ୟାହ୍ନ ଭୋଜନ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ  ସଂଗଠନ ଆଦି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଗୁଡ଼ିକର  ସୁପରିଚାଳନା କରାଯାଇ ପିଲାମାନଙ୍କୁ ଆଧୁନିକ ଶିକ୍ଷା ପ୍ରଣାଳୀରେ ସେମାନଙ୍କ ଦୃଷ୍ଟି କୋଣରେ ପରିବର୍ତ୍ତିନ ଆଣିବା ନିମନ୍ତେ ଆମର ପ୍ରୟାସ ଜାରି ରହିଛି।

ରାଜ୍ୟରେ ଶିକ୍ଷାର ଗୁଣାତ୍ମକ ବିକାଶକୁ ପ୍ରାଧାନ୍ୟ ଦେଇ ସରକାର ଶିକ୍ଷା ନିମନ୍ତେ ବ୍ୟୟବରାଦ ବୃଦ୍ଧି କରିଚାଲିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ୨୦୧୫-୧୬ ଆର୍ଥିକ ବର୍ଷରେ ୯୯୭୯ କୋଟି ୪୯ ଲକ୍ଷ ଥିଲା ବେଳେ ୨୦୧୬-୧୭ ଆର୍ଥିକ ବର୍ଷରେ ୧୧୨୦୨ କୋଟି ୮୫ ଲକ୍ଷ, ୨୦୧୭-୧୮ ଆର୍ଥିକ ବର୍ଷରେ ୨୩୮୫୭ କୋଟି ୨୩ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଛି।

ଚଳିତ ଆର୍ଥିକ ବର୍ଷରେ ୧୪୫୨୬ କୋଟି ୯୮ ଲକ୍ଷ ଟଙ୍କା ଅର୍ଥ ବ୍ୟୟବରାଦ କରାଯାଇଛି। ଏହା ସମସ୍ତଙ୍କୁ ଶିକ୍ଷା ଯୋଗାଇ ଦେବା ନିମନ୍ତେ ସରକାର ପ୍ରତିବଦ୍ଧତାର ପରିଚୟ ପ୍ରଦାନ କରେ।

ସମସ୍ତଙ୍କ ପାଇଁ ଶିକ୍ଷାକୁ ସୁନିଶ୍ଚିତ କରାଇବା ପାଇଁ  ରାଜ୍ୟ ସରକାର ଶିଶୁମାନଙ୍କ ଲାଗି  ଉଦ୍ଦିଷ୍ଟ ମୁକ୍ତ ଓ ଅବାଧ ଧିକାର ନିୟମାବଳୀ -୨୦୧୦ କାର୍ଯ୍ୟକାରୀ କରିବାରେ ଯେପରି ସଫଳ ହୋଇଛନ୍ତି, ସେପରି ଅଧାରୁ ପାଠ ଛାଡ଼ୁଥିବା ବିଦ୍ୟାର୍ଥିମାନଙ୍କୁ ଉତ୍ସାହିତ କରି ଶିକ୍ଷିତ କରାଇବା ଓ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ନିମନ୍ତେ ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନ  ଖୋଲାଯାଇଛି।

ଆଦର୍ଶ ବିଦ୍ୟାଳୟ: ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଯୋଜନା ଓଡ଼ିଶା ସରକାରଙ୍କ ଏକ ଅଭିନବ କାର୍ଯ୍ୟକ୍ରମ। ଗ୍ରାମାଞ୍ଚଳ ଓ ଆଂଶିକ ସହରାଞ୍ଚଳରେ ବାସ କରୁଥିବା ଆର୍ଥିକ ଅନଗ୍ରସର ପରିବାରର ମେଧାବୀ ଛାତ୍ରଛାତୀମାନଙ୍କୁ ଇଂରାଜୀ ମାଧ୍ୟମରେ ଶିକ୍ଷାଦାନର ସୁଯୋଗ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ରାଜ୍ୟର ୩୧୪ କୋଟି ବ୍ଲକରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ। ବର୍ତ୍ତମାନସୁଦ୍ଧା ୧୯୦ଟି ବ୍ଲକରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ହୋଇ ୫୬ ହଜାରରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ସିବିଏସ୍ଇ ପାଠ୍ୟକ୍ରମ ମାଧ୍ୟମରେ ଶିକ୍ଷା ଗଗ୍ରହଣ କରୁଛନ୍ତି। ଆଦର୍ଶ ବିଦ୍ୟାଳୟମାନଙ୍କରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ମାଗଣା ପୋଷାକ, ପୁସ୍ତକ ଓ ମଧ୍ୟାହ୍ନ ଭୋଜନ ବାଇସାଇକେଲ୍ ପ୍ରଦାନ କାର୍ଯ୍ୟକ୍ରମରେ ସାମିଲ୍ କରାଯାଇଛି। ବିଦ୍ୟାଳୟରେ କମ୍ପ୍ୟୁଟର ଓ ଇଣ୍ଟରନେଟର ସୁବିଧା ଯୋଗାଇ ଦିଆଯାଇଛି। ବିଜ୍ଞାନାଗାର ଓ ପାଠାଗାରାର ସୁବ୍ୟବସ୍ଥା କରାଯାଇଛି।

ବୃତ୍ତି: ସରକାର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଅଧିକ ଉତ୍ସାହିତ କରାଇବା ପାଇଁ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ  ଓ ଉଚ୍ଚ ମାଧ୍ୟମିକ ସ୍ତରରେ ଛାତ୍ର ବୃତ୍ତି ପ୍ରଦାନ କରୁଛନ୍ତି। ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍ତରର ୧୦ ହଜାର ଛାତ୍ରଛାତ୍ରୀଙ୍କୁ  ସରକାର ପ୍ରତିବର୍ଷ ୪ କୋଟି ୨୯ ଲକ୍ଷ୍ୟ ଟଙ୍କା ବୃତ୍ତି ଆକାରରେ ପ୍ରଦାନ କରୁଛନ୍ତି। ସେହିପରି ଜାତୀୟ ଗ୍ରାମୀଣ ମେଧାବୃତ୍ତିରେ ୯୪୨୦ ପିଲାଙ୍କୁ ବୃତ୍ତି ପ୍ରଦାନ କରାଯାଇ ୨ କୋଟି ୮୨ ଲକ୍ଷ ଟଙ୍କା  ବ୍ୟୟ କରାଯାଉଛି। ଆହୁରି ମଧ୍ୟ ପଠାଣୀ ସାମନ୍ତ ଗଣିତ ମେଧାବୃତ୍ତିରେ ୭୫୦୦ ପିଲାଙ୍କୁ ଅନ୍ତର୍ଭୁକ୍ତ କରାଯାଇ ୨ କୋଟି ୫୦ ଲକ୍ଷ ଟଙ୍କାର  ବୃତ୍ତି ପ୍ରଦାନ କରାଯାଉଛି।

ଗତ ଶିଶୁ ଦିବସ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ‘ମୁଖ୍ୟମନ୍ତ୍ରୀ ମେଧାବୃତ୍ତି’  ପ୍ରଦାନ ନିମନ୍ତେ ସ୍ଥିର କରାଯାଇଛି। ୩୫ ହଜାର ୪୪୦ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଏହି ବୃତ୍ତି ବାବଦରେ ୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ପୁନଶ୍ଚ, ଓଡ଼ିଆ ଭାଷା ପ୍ରତି ଆଗ୍ରହ ସୃଷ୍ଟି ନିମନ୍ତେ ଦଶମ ଶ୍ରେଣୀରେ ଓଡ଼ିଆ ଭାଷାରେ ସର୍ବାଧିକ ନମ୍ବର ରଖିଥିବା ୩୫୪୪ ଜଣ ଛାତ୍ରଛାତ୍ରୀଙ୍କୁ ୫ ହଜାର ଟଙ୍କା ଲେଖାଏଁ  ବୃତ୍ତିରାଶି  ପ୍ରଦାନ କରାଯିବ।

ବୋର୍ଡ ପରୀକ୍ଷାରେ ଶ୍ରେଷ୍ଠ ସଫଳତାର ଆଧାରରେ ରାଜ୍ୟର ୧୦୬୦ ଟି ବିଦ୍ୟାଳୟକୁ ୧ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ତତ୍ ସହିତ ପ୍ରତ୍ୟେକ  ଜିଲ୍ଲାର ୧୦ ଜଣ ଶ୍ରେଷ୍ଠ ଛାତ୍ରଛାତୀଙ୍କ ଅଭିଭାବକମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ଅର୍ଥ ପୁରସ୍କାରର ବ୍ୟବସ୍ଥା ମଧ୍ୟ କରାଯାଇଛି।

ମାଧ୍ୟମିକ ସ୍ତରରେ ଉପସ୍ଥାନ ତଥା ଧାରଣ କ୍ଷମତା ବୃଦ୍ଧି ପାଇଁ ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କୁ  ମୁଖ୍ୟମନ୍ତ୍ରୀ ମାଗଣା ସାଇକେଲ ବିତରଣ କାର୍ଯ୍ୟକ୍ରମ ପ୍ରବର୍ତ୍ତନ କରିଛନ୍ତି। ସରକାରୀ, ଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟ, ମାଦ୍ରାସା ଏବଂ ସଂସ୍କୃତ ଟୋଲ୍ ମାନଙ୍କରେ  ଅଧ୍ୟୟନ କରୁଥିବା ପ୍ରତ୍ୟେକ ନବମ ଶ୍ରେଣୀର ଛାତ୍ରଛାତ୍ରୀ ଏହି ଯୋଜନା ଦ୍ୱାରା ଉପକୃତ ହେଉଛନ୍ତି। ଏହି ଯୋଜନାରେ ପ୍ରତିବର୍ଷ ୫ ଲକ୍ଷରୁ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ଲାଭବାନ ହୋଇଛନ୍ତି।

ଚଳିତ ବର୍ଷ ଶକ୍ଷା ବର୍ଷ ଆରମ୍ଭରୁ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟଳୟର (ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ) ସମସ୍ତ ଛାତ୍ରଛାତ୍ରୀଙ୍କୁ  ପାଠ୍ୟପୁସ୍ତକ ଯୋଗାଇ ଦିଆଯାଇଛି।

ପିଲାମାନଙ୍କ  ଓଡ଼ିଆ ଓ ଇଂରାଜୀ ବିଷୟରେ  ଲିଖନ ଓ ପଠନ ଦକ୍ଷତା ବୃଦ୍ଧି କରାଯିବା ସହ ଗଣିତରେ ମୌଳିକ ଜ୍ଞାନ ବୃଦ୍ଧି ନିମନ୍ତେ ପ୍ରାଥମିକ ସ୍ତରରେ ‘ଉଜ୍ଜ୍ବଳ’ ଓ ଉଚ୍ଚ ପ୍ରାଥମିକ ସ୍ତରରେ ‘ଉତ୍ଥାନ’ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସେହିପରି ନବମ ଶ୍ରେଣୀ ପିଲାମାନଙ୍କ  ଶିକ୍ଷଣ ସ୍ତର ବୃଦ୍ଧି ନିମନ୍ତେ ‘ଉତ୍କର୍ଷ’ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଆ, ଇଂରାଜୀ, ଗଣିତ ଓ ବିଜ୍ଞାନରେ ସ୍ୱତନ୍ତ୍ର ଶିକ୍ଷା ପ୍ରଦାନ କରାଯାଉଛି।

ପ୍ରଶାସନିକ ଏକୀକରଣ ଆବ୍ୟଶକତା ଦୃଷ୍ଟିରୁ ବିଭିନ୍ନ ନିର୍ଦ୍ଦେଶାଳୟକୁ ସଂଯୋଗ କରାଯାଇଛି। ଯଥା ଓପେପା ଓ ଓଏମ୍ଏସ୍ଏମ୍ (ରାମ୍ସା)କୁ ମିଶାଇ ଓଏସ୍ଇପିଏ, ଉଚ୍ଚ ମାଧ୍ୟମିକ ବୈଷୟିକ ଶିକ୍ଷା ନିର୍ଦ୍ଦେଶାଳୟକୁ ମିଶ୍ରଣ  କରାଯାଇ ଉଚ୍ଚ ମାଧ୍ୟମିକ ବୈଷୟିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଓ ଏସ୍‌ସିଇଆରଟି ସହିତ ଇଏଲ୍‌ଟିଆଇ ଓ ଏସ୍ଆଇଇଏମ୍ଏଟିକୁ ମିଶ୍ରଣ କରାଯାଇଛି।

ବିଭାଗର ପ୍ରାୟ ୭୦ ହଜାର କୋର୍ଟ କେସ୍ ଥିବା ବେଳେ ଏଗୁଡ଼ିକର ଯଥା ସମୟରେ ସହଜ ସମାଧାନ ପାଇଁ ଆଇଏଲ୍ଏମ୍ଏସ୍ ସିଷ୍ଟମ ପ୍ରଚଳନ କରାଯାଇଛି। ଏହାଦ୍ୱାରା ପ୍ରତ୍ୟେକ କେସକୁ ତର୍ଜମା କରାଯାଇ ଯଥା ସମୟରେ ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି।

ଏହି ବିଭାଗର ଶିକ୍ଷକମାନଙ୍କ ସମସ୍ୟାଗୁଡ଼ିକୁ ସୂଚାରୁରୂପେ ସମାଧାନ କରାଯାଇଛି। ଯଥା -୧୮୪୧୨  ଗଣ ଶିକ୍ଷକଙ୍କୁ  ନିୟମିତ ପ୍ରାଥମିକ ଶିକ୍ଷକ(Ex Cadre) ଭାବେ ଅବସ୍ଥାପିତ କରାଯାଇଛି। ଶିକ୍ଷା ସହାୟକମାନଙ୍କୁ ପଦବୀର ନାମ ପରିବର୍ତ୍ତନ କରାଯାଇ କନିଷ୍ଠ ଶିକ୍ଷକ(contractual) ଭାବେ ନାମିତ କରାଯାଇଛି  ଓ ୨୪ ହଜାର ୮୦୭ ଟି ନିୟମିତ ପ୍ରାଥମିକ ଶିକ୍ଷକ ପଦବୀ ସ୍ୱଷ୍ଟି କରାଯାଇ  ଶିକ୍ଷା ସହାୟକ ମାନଙ୍କୁ ନିୟମିତ ଶିକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ବ୍ଲକ ଗ୍ରାଣ୍ଟ୍ ଶିକ୍ଷକମାନଙ୍କୁ ୨୦୧୭ ଅନୁଦାନ ନୀତg ଅନୁଯାୟୀ ପୂର୍ଣ୍ଣ ଅନୁଦାନ ପ୍ରଦାନ କରାଯାଇଛି।

ରାଜ୍ୟରେ ବସବାସ କରୁଥିବା ସଂଖାଲଘୁ ସଂପ୍ରଦାୟ  ଯଥା – ତେଲୁଗୁ, ବେଙ୍ଗଲୀ  ଓ ଉର୍ଦ୍ଧୁ ଭାଷୀ ପିଲାମାନଙ୍କୁ ଶିକ୍ଷା ପ୍ରଦାନ ନିମନ୍ତେ  ଆବଶ୍ୟକ ଶିକ୍ଷକ ଯୋଗାଇଦେବା ସଙ୍ଗେ ସଙ୍ଗେ ଆବଶ୍ୟକ ପୁସ୍ତକ ଯୋଗାଇ ଦିଆଯାଇଛି। ତେଲୁଗୁ ଓ ଉର୍ଦ୍ଦୁ ଶିକ୍ଷକମାନଙ୍କ ପାଇଁ ପ୍ରଶିକ୍ଷଣର ବ୍ୟବସ୍ଥା ମଧ୍ୟ କରାଯାଇଛି।

ସ୍କୁଲରେ ସନାଲାଇଜେସନ୍ ପଦ୍ଧତିରେ ଗୋଟିଏ କ୍ୟାମ୍ପସରେ ଥିବା ବିଭିନ୍ନ ସ୍ତରର ବିଦ୍ୟାଳୟଗୁଡ଼ିକୁ ଏକତ୍ରୀକରଣ କରାଯାଇ ଉପଲବ୍ଧ ମାନବ ସମ୍ବଳର ସୁବିନିଯୋଗ କରାଯାଇ ଗୁଣାତ୍ମକ ଶିକ୍ଷାକୁ ତ୍ୱରାନ୍ୱିତ କରାଯାଇଛି।

ବିଭିନ୍ନ ପ୍ରକାର ବାଧା ବିଘ୍ନ ସତ୍ତ୍ବେ ଦଶମ ଶ୍ରେଣୀ ବୋର୍ଡ ଓ ଯୁକ୍ତ ୨ ବାର୍ଷିକ ପରୀକ୍ଷା ସୂଚାରୁ ରୂପେ ସଂପାଦନ କରାଯାଇ ମାଟ୍ରିକ୍ ପରୀକ୍ଷା ଫଳକୁ ଠିକ୍ ସମୟରେ ପ୍ରକାଶ କରାଯାଇଛି। ଯୁକ୍ତ୨ ପରୀକ୍ଷା ଫଳ ମଧ୍ୟ ନିର୍ଦ୍ଧାରିତ ସମୟରେ ପ୍ରକାଶିତ ହେବ।

ସାଧାରଣ ଜନତା ତଥା ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କୁ ସ୍କୁଲର ବିକାଶର ସଂଶ୍ଲିଷ୍ଟ କରିବା ଉଦ୍ଦେଶ୍ୟରେ ସରକାର ମୋ ସ୍କୁଲ ଅଭିଯାନ ଯୋଜନାର ପ୍ରଣୟନ କରିଛନ୍ତି। ଯେ କୌଣସି ବ୍ୟକ୍ତି ବିଶେଷ ବିଦ୍ୟାଳୟର  ବିକାଶ ନିମନ୍ତେ ଯେତିକି ପରିମାଣର ଟଙ୍କା ପ୍ରଦାନ କରିବେ, ସରକାର  ତାହାର ଦୁଇଗୁଣା ରାଶି  ଏହି ଯୋଜନା ଅଧିନରେ ପ୍ରଦାନ କରିବେ। ଆଗ୍ରହୀ ବ୍ୟକ୍ତିମାନେ ସ୍କୁଲରେ ବିଜ୍ଞାନଗାର, ଲାଇବ୍ରେରୀ ଆଦିର ସ୍ଥାପନା ସହିତ କ୍ରୀଡ଼ାର ବିକାଶ ଓ ଶିକ୍ଷାଦାନ ଆଦି କାର୍ଯ୍ୟକ୍ରମରେ ଅର୍ଥ ପ୍ରଦାନ କରିପାରିବେ।

LEAVE A REPLY

Please enter your comment!
Please enter your name here