ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ବିକ୍ରି ହେଉଥିବା ୧୫୬ଟି ଔଷଧକୁ ବ୍ୟାନ କରିଛନ୍ତି କେନ୍ଦ୍ର ସରକାର। ଜ୍ୱର, ଥଣ୍ଡା, ଯନ୍ତ୍ରଣା ଓ ଆଲର୍ଜି ପାଇଁ ଏହି ଔଷଧଗୁଡ଼ିକ ବ୍ୟବହାର ହେଉଥିଲା। ଶରୀର ଉପରେ ଏହା କୁପ୍ରଭାବ ପକାଉଥିବାରୁ ଏଗୁଡ଼ିକୁ ବ୍ୟାନ କରାଯାଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ବ୍ୟାନ ହୋଇଥିବା ଔଷଧ ମଧ୍ୟରେ ଅନେକ ଆଣ୍ଟିବାୟୋଟିକ, ପେନକିଲର ଓ ମଲ୍ଟିଭିଟାମିନ ରହିଛି। ଏଥିରେ ସିପଲା, ଟୋରେଣ୍ଟ, ଲୁପିନ୍ ଓ ସନ ଫର୍ମା ଭଳି ବଡ଼ କମ୍ପାନିର ଔଷଧ ମଧ୍ୟ ସାମିଲ ଅଛି। ଏଗୁଡ଼ିକର ଉତ୍ପାଦନ, ମାର୍କେଟିଂ, ବିକ୍ରିକୁ ନିଷିଦ୍ଧ କରାଯାଇଛି।

ଏସିକ୍ଲୋଫେନାକ ଓ ପାରସିଟାମଲ କମ୍ୱିନେସନ, ମେଫେନାମିକ ଯୁକ୍ତ ପାରାସିଟାମଲ୍ ଇଞ୍ଜେକସନ, ସେଟ୍ରିଜିନ, ପାରାସିଟାମଲ୍ ଓ ଫିନାଇଲେଫ୍ରିନ କମ୍ୱିନେସନ, ଲିଭୋସେଟ୍ରିଜିନ୍ ଓ ଫିନାଇଲେଫ୍ରିନ କମ୍ୱିନେସନର ଔଷଧଗୁଡ଼ିକୁ ବ୍ୟାନ କରାଯାଇଛି।    

ଏହି ସବୁ ଔଷଧକୁ ଦୁଇରୁ ଅଧିକ ସକ୍ରିୟ ଫାର୍ମାସ୍ୟୁଟିକାଲ ଉପାଦନକୁ ଆନୁପାତିକ ହାରରେ ନିଆଯାଇ ପ୍ରସ୍ତୁତ କରାଯାଇଥାଏ। ଏହାକୁ କକଟେଲ୍ ଔଷଧ କୁହାଯାଇଥାଏ।

Tags: #MedicineBan #HelathCare #H&FWMinistry #India

LEAVE A REPLY

Please enter your comment!
Please enter your name here