ଓଡ଼ିଶାଲାଇଭ୍ ବ୍ୟୁରୋ

ସୁଭଦ୍ରା ଯୋଜନାରେ ସାମିଲ ହେବା ଲାଗି ବୁଧବାର ଦିନଠାରୁ ଆରମ୍ଭ ହୋଇଛି ଫର୍ମ ସଂଗ୍ରହ କାର୍ଯ୍ୟକ୍ରମ। ଗାଁ ଗାଁରେ ଆବେଦନ ଫର୍ମ ବଣ୍ଟା ଚାଲିଛି। ସମସ୍ତ ଯୋଗ୍ୟ ହିତାଧିକାରୀ ଏହି ଯୋଜନାରେ ସାମିଲ ହେବା ଯାଏଁ ଚିହ୍ନଟ ପ୍ରକ୍ରିୟା ଚାଲୁ ରହିବ ବୋଲି ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ କୁହାଯାଇଛି।

ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ମୋ ସେବା କେନ୍ଦ୍ର, ଜନସେବା କେନ୍ଦ୍ରରେ ଅନଲାଇନରେ ଆବେଦନ କରିପାରିବେ ହିତାଧିକାରୀ। ଏହି ଯୋଜନାରେ ଆବେଦନ କରିବା ଲାଗି ମୋବାଇଲ ନମ୍ବର, ବାୟୋମେଟ୍ରିକ ବା ଟିପ ଚିହ୍ନ, ମୁହଁ ଓ ଆଖି ସ୍କାନ ଆଦିର ଆବଶ୍ୟକତା ପଡ଼ିବ।

ସୁଭଦ୍ରା ଯୋଜନାରେ ଆବେଦନ ପାଇଁ ଆଧାରକାର୍ଡର ଜନ୍ମ ତାରିଖ ଗ୍ରହଣ ଯୋଗ୍ୟ ଥିବାରୁ ଆଧାରକାର୍ଡ ଅପଡେଟ ପାଇଁ ଜନସେବା କେନ୍ଦ୍ରରେ ଆବେଦନକାରୀଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି।

Tags: #SubhadraYojana #SubhadraForm #FormCollection #Odisha

LEAVE A REPLY

Please enter your comment!
Please enter your name here