ଓଡ଼ିଶାଲାଇଭ୍ ବ୍ୟୁରୋ
ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଭୁବନେଶ୍ଵରରେ ଗୁରୁ ଦିବସ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଗୁରୁବାର ଏହି ଅବସରରେ ଭୁବନେଶ୍ଵର ପଞ୍ଚାୟତ ସମିତି ସଭାଗୃହରେ ସଂଘ ପକ୍ଷରୁ ୨୨ତମ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଥିଲା। ଏଥିରେ ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଅନେକ ବରିଷ୍ଠ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଶିକ୍ଷା କ୍ଷେତ୍ରରେ ସେମାନଙ୍କ ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା। ଏହାସହ କିଛି ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ମଧ୍ୟ ଦିଆଯାଇଥିଲା। ମୁଖ୍ୟ ଅତିଥି ସେମାନଙ୍କୁ ସମ୍ମାନିତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଭୁବନେଶ୍ଵର ପଞ୍ଚାୟତ ସମିତିର ଅଧ୍ୟକ୍ଷା ନିରୁପମା ସାହୁ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ଏହାସହ ଭୁବନେଶ୍ୱର ବ୍ଲକ ଉନ୍ନୟନ ଅଧିକାରୀ ସାଗର ପାଳ, ଭୁବନେଶ୍ୱରର ବ୍ଲକ ଶିକ୍ଷା ଅଧିକାରୀ ଡକ୍ଟର ପ୍ରଜ୍ଞାପାରମିତା ଜେନା ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିଲେ।
ସେହିପରି ଭୁବନେଶ୍ଵର ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ଅଜିତ କୁମାର ଶ୍ରୀଚନ୍ଦନ, ଦାରୁଠେଙ୍ଗ ଗ୍ରାମ ପଞ୍ଚାୟତର ସରପଞ୍ଚ ତପନ କୁମାର ଚକ୍ରବର୍ତ୍ତୀ, ଭୁବନେଶ୍ଵର ମହାନଗର ନିଗମର ସହ ଶିକ୍ଷା ଅଧିକାରୀ ଶରତ କୁମାର ଚଉଁରୀ, ଉର୍ମିଳା ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
କାର୍ଯ୍ୟକ୍ରମରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର କାର୍ଯ୍ୟକାରୀ ସଭାପତି ପ୍ରଭାତ କୁମାର ସେନାପତି ସମ୍ମାନିତ ହୋଇଥିବା ଶିକ୍ଷକମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ। ସଂଘର ସମ୍ପାଦକ କିଶୋର ଚନ୍ଦ୍ର ନାୟକ ଏହି କାର୍ଯ୍ୟକ୍ରମରେ ବିବରଣୀ ପାଠ କରିଥିଲେ। ପରିଶେଷରେ ଉପସଭାପତି ପ୍ରମୋଦ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
Tags: #AllUtkalPrimaryTeachersAssociation #TeachersDay #Bhubaneswar