ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ହେଉଛି ପବିତ୍ର ନବରାତ୍ରିର ପଞ୍ଚମ ଦିନ। ଆଜିର ଦିନରେ ସ୍କନ୍ଦମାତା ରୂପରେ ପୂଜା ପାଉଛନ୍ତି ମା’ ଦୁର୍ଗା। ମା’ଙ୍କ ଏହି ସ୍ୱରୂପକୁ ଦର୍ଶନ କରିବା ଲାଗି ବିଭିନ୍ନ ଶକ୍ତିପୀଠ ଓ ଦେବୀ ମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗିଛି।

ଦେବୀ କୁମାର କାର୍ତ୍ତିକେୟଙ୍କ ମାତା ହୋଇଥିବାରୁ ତାଙ୍କୁ ସ୍କନ୍ଦମାତା କୁହାଯାଏ। ସ୍କନ୍ଦମାତା ଦେବୀ ଅବତାରରେ ଚତୁର୍ଭୂଜା ଓ ସିଂହ ଉପରେ ବିରାଜମାନ ହୋଇଥାନ୍ତି। ଏହି ରୂପରେ ମାତା ପୁତ୍ର ସ୍କନ୍ଦକୁ କୋଳରେ ବସାଇଥାନ୍ତି।

ଯେଉଁ ଭକ୍ତ ସ୍କନ୍ଦମାତାଙ୍କ ପୂଜା କରିଥାନ୍ତି ମା’ ତାଙ୍କ ସମସ୍ତ ମନସ୍କାମନା ପୂରଣ କରିଥାନ୍ତି ବୋଲି ବିଶ୍ୱାସ ରହିଛି।

Tags: #Navaratri #MaaSkandaMata #GoddessofPower #Culture #India

LEAVE A REPLY

Please enter your comment!
Please enter your name here