ଓଡ଼ିଶାଲାଇଭ୍ ବ୍ୟୁରୋ

ଓଏସଏସଏସସି ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ପରୀକ୍ଷାର୍ଥୀ। ଓଏସଏସଏସସି ପରୀକ୍ଷାଗୁଡ଼ିକରେ ଅନିୟମିତତା ଅଭିଯୋଗରେ ସେମାନେ ଭୁବନେଶ୍ଵର ଲୋୟର ପିଏମଜି ଛକରେ ଧାରଣାରେ ବସିଛନ୍ତି। ଓଏସଏସଏସସି ଦ୍ଵାରା ପରିଚାଳିତ ଆରଆଇ, ଏଆରଆଇ, ଅମିନ ତଥା ଆଇସିଡିସି ଭଳି ପରୀକ୍ଷାକୁ ବାତିଲ କରିବାକୁ ସେମାନେ ଦାବି କରିଛନ୍ତି।

ଓଏସଏସଏସସି ବ୍ଲାକଲିଷ୍ଟେଡ ଆଇଟି କମ୍ପାନି ସହାୟତାରେ ବିଭିନ୍ନ ପରୀକ୍ଷା ପରିଚାଳନା କରୁଥିବା ପରୀକ୍ଷାର୍ଥୀମାନେ ଅଭିଯୋଗ କରିଛନ୍ତି। ୨୦୨୪ରେ ହୋଇଥିବା ଆରଆଇ, ଏଆରଆଇ ପରୀକ୍ଷାରେ ବ୍ୟାପକ ତ୍ରୁଟି ରହିଥିବା ସେମାନେ କହିଛନ୍ତି।

ଏହାସହ ଟଙ୍କା ନେଇ ବିଭିନ୍ନ ଚାକିରି କାରବାର କରାଯାଉଥିବା ଅଭିଯୋଗ କରିଛନ୍ତି ପରୀକ୍ଷାର୍ଥୀ। ବିଭ୍ରାଟରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

ଦାବି ପୂରଣ ନହେଲେ ପରୀକ୍ଷାର୍ଥୀମାନେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରଉ କରିବେ ବୋଲି ଚେତାବନୀ ଦେଇଛନ୍ତି।

ଅକ୍ଟୋବର ୧ ତାରିଖରେ ଓଏସଏସଏସସି ହୋଇଥିବା ଆରଆଇ, ଏଆରଆଇ ପରୀକ୍ଷାରେ କିଛି ସେଣ୍ଟରରେ ଇଣ୍ଟରନେଟ କାମ କରୁନଥିବାରୁ ଅନେକ ପରୀକ୍ଷାର୍ଥୀ ପରୀକ୍ଷା ଦେଇପାରିନଥିଲେ। ଯାହାକୁ ନେଇ ପରୀକ୍ଷାର୍ଥୀମାନେ ଦୃଢ ଅସନ୍ତୋଷ ପ୍ରକାଶ କରିଥିଲେ।

Tags: #OSSSC #Exams #Students #Strike #Bhubaneswar #Odisha

LEAVE A REPLY

Please enter your comment!
Please enter your name here