ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ପୂଜା ମଣ୍ଡପରେ ଧୁମ୍‌ଧାମ୍‌ରେ ଚାଲିଛି ମା’ ଦୁର୍ଗାଙ୍କ ମହାଷ୍ଟମୀ ପୂଜା। ମନ୍ତ୍ର, ଧ୍ୱନିରେ ପ୍ରକମ୍ପିତ ହେଉଛି ପୁରପଲ୍ଲୀ। ମା’ଙ୍କ ଦର୍ଶନ ପାଇଁ ସବୁଠି ଭକ୍ତଙ୍କ ଭିଡ଼ ଲାଗିଛି।

ଜଗତଜନନୀ ମା’ ଦୁର୍ଗାଙ୍କ ଆଗମନରେ ସମସ୍ତ ଜୀବଜଗତ ଚଳଚଞ୍ଚଳ ହୋଇପଡ଼ିଥା’ନ୍ତି। ମା’ଙ୍କ ଆବାହନ ପାଇଁ ସବୁଠି ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି। ଏଥିପାଇଁ ପୂଜା ମଣ୍ଡପରେ ଲାଗିଲାଣି ଭକ୍ତଙ୍କ ଭିଡ଼। ଦର୍ଶକଙ୍କ ଭିଡ଼କୁ ଆଖି ଆଗରେ ରଖି ପୂଜା କମିଟିର ସଦସ୍ୟମାନେ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରିଛନ୍ତି।

ମା’ଙ୍କ ମହାଷ୍ଟମୀ ପୂଜା ସ୍ଵତନ୍ତ୍ର ରୀତିନୀତି କରାଯାଉଛି। ବଡ଼ି ସକାଳୁ ମା’ଙ୍କ ସୂର୍ଯ୍ୟ ପୂଜା କରାଯିବ। ଷୋଡ଼ଶ ପୂଜା ଉପଚାର ପରେ ମା’ଙ୍କ ନିକଟରେ ସନ୍ଧି ପୂଜା ଅନୁଷ୍ଠିତ ହୋଇଥିଲା। ମହାଷ୍ଟମୀରେ ମା’ଙ୍କ ମହାଗୌରୀ ରୂପକୁ ପୂଜା କରାଯାଏ।

ଅନ୍ୟପଟେ ଦେବୀ ପୀଠରେ ମା’ ଦୁର୍ଗାଙ୍କ ନବମୀ ପୂଜା ଅନୁଷ୍ଠିତ ହୋଇଯାଇଛି। ପୀଠରେ ହେଉଛି ମା’ଙ୍କ ଷୋଡ଼ଶ ପୂଜା ଉପଚାର।

କେବଳ ପୂଜା ମଣ୍ଡପରେ ନୁହେଁ, ଦେବୀ ପୀଠମାନଙ୍କରେ ମଧ୍ୟ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଜମିଛି। ମା’ଙ୍କ ପୂଜାର୍ଚ୍ଚନା ପାଇଁ ପୁଷ୍ପ, ଧୂପ, ଦୀପ, ନୈବେଦ୍ୟ, ମନ୍ତ୍ର ଉଚ୍ଚାରଣ, ଘଣ୍ଟ ଧ୍ୱନି ଏବଂ ହୋମରେ ପୀଠଗୁଡ଼ିକ ଚଳଚଞ୍ଚଳ ହୋଇଉଠିଛି।

Tags: #DurgaPuja #Culture #Festival #Celebration

LEAVE A REPLY

Please enter your comment!
Please enter your name here