ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ହେଉଛି ପବିତ୍ର ନବରାତ୍ରିର ନବମ ଦିନ। ଆଜିର ଦିନରେ ଦେବୀ ସିଦ୍ଧିଦାତ୍ରୀଙ୍କ ରୂପରେ ପୂଜା ପାଉଛନ୍ତି ମା’ ଦୁର୍ଗା। ମା’ଙ୍କ ଏହି ସ୍ୱରୂପକୁ ଦର୍ଶନ କରିବା ଲାଗି ବିଭିନ୍ନ ଶକ୍ତିପୀଠ ଓ ଦେବୀ ମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗିଛି।

ଏହି ଅବତାରରେ ମା’ ଦୁର୍ଗା ପଦ୍ମାସନରେ ବିରାଜମାନ ହୋଇଥାନ୍ତି। ଚତୁର୍ଭୂଜାରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରିଥାନ୍ତି ମା’।

ଅଷ୍ଟମୀ ତିଥିରେ ମା’ଙ୍କୁ ବିଧିବିଧାନ ଓ ଭକ୍ତି ଭାବରେ ପୂଜା କଲେ ମା’ ପ୍ରସନ୍ନ ହୋଇଥାନ୍ତି ଓ ଭକ୍ତଙ୍କୁ ଆର୍ଶୀବାଦ ଦେଇଥାନ୍ତି ବୋଲି ବିଶ୍ଵାସ ରହିଛି। 

Tags: #Navaratri #MaaSiddhidatri #GoddessofPower #Culture #India

LEAVE A REPLY

Please enter your comment!
Please enter your name here