ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ର ନୂଆ ନିୟମ, ଏଣିକି ଉପସ୍ଥାନ ୭୫ ପ୍ରତିଶତରୁ କମିଲେ ବୋର୍ଡ ପରୀକ୍ଷା ଦେଇପାରିବେ ନାହିଁ ଦଶମ ଓ ଦ୍ଵାଦଶ ଶ୍ରେଣୀ ଛାତ୍ରଛାତ୍ରୀ।

ବୋର୍ଡ ପରୀକ୍ଷା ପାଇଁ ୭୫ ପ୍ରତିଶତ ଉପସ୍ଥାନକୁ ବାଧ୍ୟତାମୂଳକ କରାଯାଇଛି। ୨୦୨୫ ବୋର୍ଡ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହି ନିୟମ ଲାଗୁ ହେବ। ଏ ନେଇ ସିବିଏସଇ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି।

ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଉପରେ ଧ୍ୟାନ ଦେବାକୁ ବିଦ୍ୟାଳୟଗୁଡ଼ିକୁ ବୋର୍ଡ ପକ୍ଷରୁ ପରାମର୍ଶ ଦିଆଯାଇଛି। ଆସନ୍ତା ୨୦୨୫ ଫେବ୍ରୁଆରି ୧୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଦଶମ ଓ ଦ୍ଵାଦଶ ସିବିଏସଇ ବୋର୍ଡ ପରୀକ୍ଷା। ଯେଉଁ ଛାତ୍ରଛାତ୍ରୀମାନେ ଉପସ୍ଥାନ ଏବଂ ଅନ୍ୟାନ୍ୟ ଦୃଷ୍ଟିରୁ ଯୋଗ୍ୟ ଥିବେ ସେମାନଙ୍କ ପାଖକୁ ହିଁ ଆଡମିତ କାର୍ଡ ପଠାଯିବ। ଏ ସମ୍ପର୍କରେ ଆସନ୍ତା ୨୦୨୫ ଜାନୁଆରି ୭ ତାରିଖ ପୂର୍ବରୁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

ଯେଉଁ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ୭୫ ପ୍ରତିଶତରୁ କମ ଥିବ ସେମାନେ ଏହାର ଉପଯୁକ୍ତ କାରଣ ସମ୍ପର୍କରେ ଜାନୁଆରି ୭ ତାରିଖ ପୂର୍ବରୁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଅବଗତ କରିବେ। ଧାର୍ଯ୍ୟ ସମୟ ସୀମା ପରେ କୌଣସି ଆବେଦକୁ ବିଚାରକୁ ନିଆଯିବ ନାହିଁ।

ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ଉଭୟ ଥିଓରୀ ଓ ପ୍ରାକ୍ଟିକାଲ ପରୀକ୍ଷାରେ ପାସ୍ କରିବାକୁ ପଡ଼ିବ। ଉଭୟ ଦଶମ ଓ ଦ୍ଵାଦଶ ଶ୍ରେଣୀରେ ଏହି ନିର୍ଦ୍ଦେଶନାମାର ଦୃଢ଼ କାର୍ଯ୍ୟକାରୀତା ଉପରେ ଗୁରୁତ୍ଵ ଦେବା ସହ ଅଭିଭାବକମାନଙ୍କୁ ଅବଗତ କରାଇବା ନିମନ୍ତେ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

Tags: #Education #CBSEBoardExam #Odisha #Attendance #HighSchool

LEAVE A REPLY

Please enter your comment!
Please enter your name here