ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତାକାଲି ଆରମ୍ଭ ହେଉଛି ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ୍। ଏଥିପାଇଁ ପ୍ରସ୍ତୁତ ହୋଇଛି ଭାରତୀୟ ଦଳ। ବେଙ୍ଗାଳୁରୁର ଏମ. ଚିନ୍ନାସ୍ଵାମୀ ଷ୍ଟାଡିୟମରେ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯିବ। ସିରିଜ୍ ପାଇଁ ଭାରତୀୟ ଦଳରେ ବହୁ ଅନୁଭବୀ ଖେଳାଳିଙ୍କ ସହ କିଛି ଯୁବ ଖେଳାଳିଙ୍କୁ ସାମିଲ କରାଯାଇଛି। ଅଧିନାୟକ ରୋହିତ ଶର୍ମା ଦଳର ନେତୃତ୍ୱ ନେବେ।  

ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟ ପାଇଁ ଟିମ୍ ଇଣ୍ଡିଆରେ ବିରାଟ କୋହଲି, ଶୁଭମନ ଗିଲ, ଯଶସ୍ଵୀ ଜୟସ୍ଵାଲ୍ , କେ ଏଲ୍ ରାହୁଲ, ଓ ସରଫରାଜ ଖାନଙ୍କ ଭଳି ବ୍ୟାଟ୍ସମ୍ୟାନଙ୍କୁ ଦେଖିବାକୁ ମିଳିବ। ସେମାନେ ଏବେ ଭଲ ଫର୍ମରେ ଥିବାବେଳେ ନ୍ୟୁଜିଲାଣ୍ଡ ବୋଲିଂ ସାମ୍ନାରେ ସୁନ୍ଦର ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି।

ସେହିପରି ଟିମ୍ ଇଣ୍ଡିଆର ବୋଲିଂ ସ୍କ୍ୱାଡରେ ରବିଚନ୍ଦ୍ରନ ଅଶ୍ଵିନ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲଙ୍କ ଭଳି ସ୍ପିନର ରହିଛନ୍ତି। ଏହାସହ ମହମ୍ମଦ ସିରାଜ, ଯଶପ୍ରୀତ ବୁମରା, ଆକାଶ ଦୀପଙ୍କ ପେସ ବୋଲିଂ ନ୍ୟୁଜିଲାଣ୍ଡର ବ୍ୟାଟିଂ ଲାଇନଅପ୍ ଉପରେ ଚାପ ପକାଇବାର ସମ୍ଭାବନା ରହିଛି।

ତେବେ ଏହି ସିରିଜରେ ଟିମ୍ ଇଣ୍ଡିଆ ଭଲ ପ୍ରଦର୍ଶନ କରିବ ବୋଲି ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଆଶାବାଦୀ ଅଛନ୍ତି। ଶୃଙ୍ଖଳାରେ ପ୍ରତ୍ୟେକ ମ୍ୟାଚର ପରିସ୍ଥିତିକୁ ଅନୁଧ୍ୟାନ କରିବା ପରେ ସେହି ଅନୁଯାୟୀ ରଣକୌଶଳ ପ୍ରସ୍ତୁତ କରାଯିବ ବୋଲି ସେ କହିଛନ୍ତି।

ଭାରତ ଏହି ଟେଷ୍ଟ ସିରିଜରେ ନ୍ୟୁଜିଲାଣ୍ଡ ସହ ୩ଟି ମ୍ୟାଚ ଖେଳିବ। ପ୍ରଥମ ମ୍ୟାଚ ବେଙ୍ଗାଳୁରୁରେ ହେଉଥିବାବେଳେ ଅନ୍ୟ ୨ଟି ମ୍ୟାଚ ପୁଣେ ଓ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବ। ନଭେମ୍ବର ୫ ତାରିଖରେ ଟେଷ୍ଟ ସିରିଜ୍ ସରିବ।

Tags: #IndiavsNewZealandTestSeries #TestCricket #Bengaluru #BCCI #Sports #India

LEAVE A REPLY

Please enter your comment!
Please enter your name here