ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଲୋକସେବା ଭବନରେ ହୋଇଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧ୍ୟକ୍ଷତା କରିଥିଲେ। ଏଥିରେ ୬ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସୂଚନା ଦେଇଛନ୍ତି।

କ୍ୟାବିନେଟ୍ ବୈଠକରେ ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କାରେ କିଣାଯିବା ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏଥିପାଇଁ ରାଜ୍ୟରେ ୪ ହଜାରରୁ ଅଧିକ ଧାନ କ୍ରୟ କେନ୍ଦ୍ର ଖୋଲା ଯିବ। ୪୮ ଘଣ୍ଟା ଭିତରେ ଚାଷୀଙ୍କୁ ଟଙ୍କା ମିଳିବ ବୋଲି ନିଷ୍ପତ୍ତି ହୋଇଛି।

ସେହିପରି କ୍ୟାବିନେଟରେ ସୁଭଦ୍ରା ଯୋଜନାରେ ସଂଶୋଧନ କରାଯାଇଛି। ଯୋଜନାରେ ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟରେ ଏଯାଏଁ ମୋଟ ୬୦ ଲକ୍ଷ ହିତାଧିକାରୀଙ୍କୁ ଟଙ୍କା ମିଳିସାରିଥିବାବେଳେ ୨ ଲକ୍ଷ ୬୭ ହଜାର ମହିଳାଙ୍କ ସୁଭଦ୍ରା ଆବେଦନ ଖାରଜ ହୋଇଛି। ଏସବୁ ଆବେଦନ ଖାରଜ ହେବାର କାରଣ ଯାଞ୍ଚ କରାଯିବ ବୋଲି କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି।

ରାଜ୍ୟରେ ବିମାନ ଚଳାଚଳ ଲାଗି ଉଡାଣ ଯୋଜନା ଏବଂ ଓଡ଼ିଶା ସରକାରଙ୍କ ଯୋଜନା ମାଧ୍ୟମରେ ବିଭିନ୍ନ ନୂଆ ନୂଆ ସ୍ଥାନକୁ ଯୋଡ଼ିବା ପାଇଁ ରିହାତି ନୀତିକୁ କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି।

ରାଜ୍ୟ ସରକାର ଦ୍ରବ୍ୟ ଓ ସେବା କର (ଜିଏସଟି) ଆଇନରେ ସଂଶୋଧନ କରିଛନ୍ତି। ଜିଏସଟିରେ ୩୪ଟି ବିଷୟରେ ସଂଶୋଧନ କରାଯାଇଛି। ଏହାକୁ କ୍ୟାବିନେଟର ଅନୁମୋଦନ ମିଳିଛି।

Tags: #CabinetMeeting #Govtproposals #StateCabinet #CMMohanCharanMajhi #Odisha

LEAVE A REPLY

Please enter your comment!
Please enter your name here