ଓଡ଼ିଶାଲାଇଭ୍ ବ୍ୟୁରୋ

ଦିଲ୍ଲୀଠାରେ ଅନୁଷ୍ଠିତ ସ୍ପେଶାଲ୍ ଅଲିମ୍ପିକ ଏସିଆ ପାସିଫିକ ଆଞ୍ଚଳିକ ବୋଲିଂ ପ୍ରତିଯୋଗିତାରେ ଉନ୍ନତ ପ୍ରଦର୍ଶନ ପାଇଁ ଓଡ଼ିଆ କ୍ରୀଡ଼ାବିତ ସଂଗୀତା ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଭୁବନେଶ୍ଵରରେ ସ୍ଵେଚ୍ଛାସେବୀ ସଂଗଠନ ଓପନ ଲର୍ଣ୍ଣିଂ ସିଷ୍ଟମ୍ସ, ସ୍ପେଶାଲ୍ ଅଲିମ୍ପିକ ଓଡ଼ିଶା ଓ ବିଆରଏମ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଛି।

ଏହି ପ୍ରତିଯୋଗିତାରେ ସଂଗୀତା ନାୟକ ବ୍ୟକ୍ତିଗତ ଭାବରେ ରୌପ୍ୟ ପଦକ ଓ ଦଳଗତ ଇଭେଣ୍ଟରେ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ବ୍ରୋଞ୍ଜ ପଦକ ହାସଲ କରିଥିଲେ।

ସଂଗୀତା ନାୟକଙ୍କ ପ୍ରଶିକ୍ଷକ ଲିଲୁବାଳା ମହାପାତ୍ରଙ୍କୁ ମଧ୍ୟ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଥିଲା। ତାଙ୍କ ତତ୍ଵାବଧାନରେ ଗତ ୩ ମାସ ହେବ ସଙ୍ଗୀତା ପ୍ରଶିକ୍ଷଣ ନେଉଥିଲେ।

ଏହି କାର୍ଯ୍ୟକ୍ରମରେ ଓପନ ଲର୍ଣ୍ଣିଂ ସିଷ୍ଟମ୍ସର ଉପାଧ୍ୟକ୍ଷ କସ୍ତୁରୀ ମହାପାତ୍ର, ବିଆରଏମର ଉପାଧ୍ୟକ୍ଷ ପ୍ରଦୀପ୍ତ  କୁମାର ରଥ ଓ ସଦସ୍ୟ ପ୍ରୀତି ସୁଷମା, ସ୍ପେଶାଲ୍ ଅଲିମ୍ପିକ ଓଡ଼ିଶାର ବୋର୍ଡ ସଦସ୍ୟ ମନତୋଷ ବେହେରା, କ୍ରୀଡ଼ା ନିର୍ଦେଶକ ସସ୍ମିତା ମହାପାତ୍ର, ରାଜ୍ୟ ସଂଯୋଜକ ଅର୍ପିତା ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଏହାସହ ଓପନ ଲର୍ଣ୍ଣିଂ ସିଷ୍ଟମ୍ସର ସମସ୍ତ କର୍ମକର୍ତ୍ତା ଓ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

Tags: #SangitaNayak #SpecialOlympicBowlingGames #SportsPerson #Odisha

LEAVE A REPLY

Please enter your comment!
Please enter your name here