ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵରର ପ୍ରଦର୍ଶନୀ ପଡ଼ିଆରେ ଚାଲିଛି ରାଜ୍ୟସ୍ତରୀୟ ପୁସ୍ତକ ମେଳା। ମେଳାର ପଞ୍ଚମ ସନ୍ଧ୍ୟାରେ ଉନ୍ମୋଚିତ ହୋଇଛି ସାମ୍ବାଦିକ ଉପେନ୍ଦ୍ର ପ୍ରସାଦ ମହଲାଙ୍କ ରଚିତ ପୁସ୍ତକ ‘ଇନୋଭଟିଭ ନ୍ୟଜୁମେକର୍ସ ବ୍ଲୁ ପ୍ରିଣ୍ଟ ଫର ସକ୍ସେସ’। ପେନ ଇନ ବୁକ୍ସ ପ୍ରକାଶନର ଷ୍ଟଲରେ ବରିଷ୍ଠ ସାମ୍ବାଦିକ ଗୋପାଳକୃଷ୍ଣ ମହାପାତ୍ର ଏହି ବହିକୁ ଉନ୍ମୋଚନ କରିଥିଲେ।

ଏହି ବହିକୁ ପେନ ଇନ ବୁକ୍ସ ପ୍ରକାଶନ ପକ୍ଷରୁ ପ୍ରକାଶିତ କରାଯାଇଛି। ଏହି ପୁସ୍ତକଟିରେ ସାମ୍ବାଦିକ ଉପେନ୍ଦ୍ର ପ୍ରସାଦ ମହଲା ନିଜସ୍ୱ ଅନୁଭୂତିର ଉଦାହରଣ ଦେଇ ଆଜିର ଦିନରେ ସ୍ୱଚ୍ଛ ତଥା ନିରପେକ୍ଷ ସାମ୍ବାଦିକତା କିପରି କରାଯାଇ ପାରିବ ତାହାର ଉଦାହରଣ ଦେଇଛନ୍ତି। ପ୍ରିଣ୍ଟ, ଇଲେକଟ୍ରୋନିକ୍ସ, ସୋସିଆଲ ମିଡିଆ ଓ ଏଆଇ ପରି ସବୁ ଦିଗକୁ ସେ ତାଙ୍କ ପୁସ୍ତକରେ ସ୍ଥାନ ଦେଇଛନ୍ତି।

“ସାହିତ୍ୟ ଓ ସାମ୍ବାଦିକତା ପରିସ୍ପର ପରିପୂରକ। ଜଣେ ସାମ୍ବାଦିକ ହିଁ ନିଜ ଶବ୍ଦ ଚାତୁରୀରେ ଭଲ ସାହିତ୍ୟ ଲେଖି ପାରିବ। ସମ୍ବାଦ ଆଉ ସାହିତ୍ୟର ଭିତ୍ତିଭୂମି ଉପରେ ଖବରକାଗଜ ଛିଡ଼ା ହୋଇଛି। ଯେତେ ପ୍ରତିଯୋଗିତା ଆସିବ ଖବରକାଗଜ ସେତେ ସୁଦୃଢ଼ ହେବ। ସାମ୍ବାଦିକତାର ସବୁ ଦିଗକୁ ଏହି ପୁସ୍ତକଟି ସ୍ପର୍ଶ କରଛି”, କହିଛନ୍ତି ଗୋପାଳକୃଷ୍ଣ ମହାପାତ୍ର।

ଏଠାରେ ଉପେନ୍ଦ୍ର ପ୍ରସାଦ ମହଲା ପୁସ୍ତକର ବିଷୟବସ୍ତୁ ଉପରେ ଆଲୋଚନା କରିଥିଲେ। ବିଶେଷ କରି ସାମ୍ବାଦିକତା କ୍ଷେତ୍ରରେ ରୁଚି ରଖିଥିବା ଯୁବପିଢ଼ିଙ୍କ ପାଇଁ ଏହା ଉପାଦେୟ ହେବ ବୋଲି ସେ କହିଥିଲେ।

ଏହି ଅବସରରେ ପେନ ଇନ ବୁକ୍ସ ପ୍ରକାଶନର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା, ଗାଳ୍ପିକ ଭୀମ ପୃଷ୍ଟି ଓ କବି ପବିତ୍ର ମୋହନ କର ପ୍ରମୁଖ ଯୋଗ ଦେଇଥିଲେ।

Tags: #StatelevelBookFair #UpendraPrasadMahala #BookLaunch #PeninBooks #Bhubaneswar

LEAVE A REPLY

Please enter your comment!
Please enter your name here