ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ ଏବଂ ବୁଣାକାରମାନଙ୍କୁ ଉତ୍ସାହିତ କରିବା ପାଇଁ ‘ଅବିକା’ ତରଫରୁ ଆୟୋଜିତ କ୍ୟାଲେଣ୍ଡର ମଡେଲ୍ ପ୍ରତିଯୋଗିତା ସିଜନ୍-୫ର ‘ଫେସ୍ ଅଫ୍ ଦ ଇୟର-୨୦୨୫’ ହୋଇଛନ୍ତି ବାଲେଶ୍ଵରର ଝିଅ ଈପସିତା ନନ୍ଦ।
ଭୁବନେଶ୍ଵରସ୍ଥିତ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପ୍ରେକ୍ଷାଳୟରେ ଆୟୋଜିତ ହୋଇଥିଲା ‘ଅବିକା କ୍ୟାଲେଣ୍ଡର ଗ୍ରାଣ୍ଡ୍ ଫିନାଲେ-୫’। ଉତ୍ସବରେ ଈସ୍ପିତାଙ୍କୁ ମାନପତ୍ର, ଉପଢ଼ୌକନ, ମେମେଣ୍ଟୋ ସହ ମୟୂରପୁଚ୍ଛ ଦେଇ ସମ୍ମାନିତ କରିଥିଲେ ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର, ନିର୍ଦ୍ଦେଶକ ଓ ପ୍ରଯୋଜକ ସ୍ଥିତ ପଟ୍ଟନାୟକ ଏବଂ ଲେଖକ ଓ ପ୍ରକାଶକ ସରୋଜ ବଳ।
ଏହି ଅବସରରେ ସୋହାନି ସ୍ମୃତିକୃପା, ସାନଭି ପାଣି, ସାଇ ପ୍ରିୟାଂଶ ଦାସ, ଦିବ୍ୟାଂଶି ଭୁକ୍ତା, ଦ୍ରିସାନା ସାମନ୍ତରା, ପ୍ରିୟମ ପ୍ରିୟାଂସି ବେହେରା, ସାଇନି ସନୟା ବେହେରା, ସସ୍ମିତା ଜେନା, ଶ୍ରୀନିକା ପାଲ ପ୍ରମଖ ୯ ଜଣଙ୍କୁ ‘ଫେସ୍ ଅଫ୍ ଦ ମନ୍ଥ-୨୦୨୫’ ଭାବେ ସମ୍ମାନିତ କରାଯାଇଥିଲା।
ଉତ୍ସବରେ ଅତିଥିମାନେ ଓଡ଼ିଶା ହସ୍ତତନ୍ତର ଆଧୁନିକୀକରଣ ସପକ୍ଷରେ ମତ ରଖି ‘ଅବିକା’ର ଏହି ପ୍ରୟାସକୁ ପ୍ରଶଂସା କରିଥିଲେ। ‘ଅବିକା ୨୦୨୫ କ୍ୟାଲେଣ୍ଡର ଗ୍ରାଣ୍ଡ୍ ଫିନାଲେ-୫’କୁ କବି, ଗୀତିକାର, ସଂଳାପକାର ବିଜୟ ମଲ୍ଲ ସଞ୍ଚାଳାନା କରିଥିଲେ। ଶେଷରେ ‘ଅବିକା’ର ନିର୍ଦ୍ଦେଶକ ଅବିନାଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ସବ ପରିଚାଳନାରେ ସତ୍ୟଜିତ ମିଶ୍ର ଓ ଆଶିଷ କୁମାର ମିଶ୍ର ସହଯୋଗ କରିଥିଲେ।
Tags: #ABIKA #Abika2025CalendarGrandFinale #IpsitaNanda #Balasore