ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତରପ୍ରଦେଶର ପ୍ରୟାଗରାଜରେ ଚାଲିଛି ମହାକୁମ୍ଭ ମେଳା-୨୦୨୫। ଏହି ମେଳାରେ ଦେଶ ବିଦେଶର ସାଧୁସନ୍ଥମାନେ ଯୋଗ ଦେଇଛନ୍ତି। ଏହି ମେଳାର ଜଣେ ଚର୍ଚ୍ଚିତ ସାଧୁ ହେଉଛନ୍ତି ଆଇଆଇଟି ବାବା। ତାଙ୍କ ନାମ ହେଉଛି ଅଭୟ ସିଂହ। ସେ ଆଇଆଇଟି ବମ୍ବେରୁ ଏରୋସ୍ପେସ ଇଞ୍ଜିନିୟରିଂ କରିଛନ୍ତି। ଲକ୍ଷାଧିକ ଟଙ୍କା ଦରମାର ଚାକିରି ଛାଡି ଅଭୟ ସିଂହ ଏବେ ଆଧ୍ୟାତ୍ମିକ ଦୁନିଆରେ ନିଜକୁ ହଜାଇ ଦେଇଛନ୍ତି।

ପ୍ରୟାଗରାଜ ମହାକୁମ୍ଭମେଳାରେ ଆଇଆଇଟିଆନ ବାବାଙ୍କର ଏବେ ଖୁବ ଚର୍ଚ୍ଚା। ମିଡିଆକୁ ମଧ୍ୟ ହସି ହସି ଅନେକ କଥା କହୁଥିଲେ। ତେବେ ହେଲେ ଶୁକ୍ରବାର ଦିନ ହଠାତ୍ ସେ ମେଳା ଛାଡ଼ି ପଳାଇ ଯାଇଛନ୍ତି। କୁହାଯାଉଛି, ଗୁରୁବାର ରାତିରେ ଜୁନା ଆଖଡ଼ାର ଆଶ୍ରମକୁ ଅଭୟଙ୍କ ବାପା-ମା’ ତାଙ୍କୁ ଖୋଜିବା ପାଇଁ ଆସିଥିଲେ। ହେଲେ ସେତେବେଳକୁ ସେ ଆଶ୍ରମ ଛାଡ଼ି ଚାଲି ଯାଇଥିଲେ।

କାହିଁକି ହଠାତ୍ ଆଶ୍ରମ ଛାଡ଼ି ଚାଲିଗଲେ?  

ଜୁନା ଆଖଡ଼ା ଆଶ୍ରମରେ ଥିବା ଅନ୍ୟ ସାଧୁଙ୍କ କହିବା ଅନୁଯାୟୀ, ଅଭୟ ସିଂହ ଲଗାତାର ମିଡିଆରେ ଇଣ୍ଟରଭ୍ୟୁ ଦେଉଥିଲେ। ଏହାର ପ୍ରଭାବ ତାଙ୍କ ମାନସିକତା ଉପରେ ପଡୁଥିଲା। ସେ ମିଡିଆକୁ ଏମିତି କିଛି କଥା କହିଥିଲେ ଯାହା କହିବା ଉଚିତ ନ ଥିଲା। ଏସବୁ ଭିତରେ ଅଭୟଙ୍କ ମାନସିକ ସନ୍ତୁଳନ ବିଗିଡି ଯାଇଥଲା। ସେ ନିଶା ସେବନ କରିବା ଆରମ୍ଭ କରି ଦେଇଥିଲେ।

ଜୁନା ଆଖଡାର ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ଅବଧେଶାନନ୍ଦ ଗିରିଙ୍କ ପାଖକୁ ତାଙ୍କୁ ନିଆଯାଇଥିଲା। ତାଙ୍କର ମାନସିକ ସ୍ଥିତି ଦେଖିବା ପରେ ନିଷ୍ପତ୍ତି ନିଆଯାଇଥିଲ ଯେ ତାଙ୍କର ଆଶ୍ରମ ଛାଡ଼ି ଚାଲିଯିବା ଠିକ ହେବ। ଏହାପରେ ବିଳମ୍ବିତ ରାତିରେ ବାବା ଅଭୟ ଆଶ୍ରମ ଛାଡ଼ି ଚାଲି ଯାଇଥିଲେ।

ବାବାଙ୍କ ବ୍ୟକ୍ତିଗତ ଜୀବନ

ଆଇଆଇଟିଆନ ଅଭୟ ସିଂହଙ୍କ ପୈତୃକ ଘର ହରିୟାଣା ଝଜ୍ଜର ଅନ୍ତର୍ଗତ ସାସରୌଲି ଗାଁରେ। ତାଙ୍କ ବାପା ପେଷାରେ ଜଣେ ଓକିଲ ଥିଲେ। ଅଭୟ ସିଂହ ପିଲାବେଳୁ ଆଧ୍ୟାତ୍ମିକ ଦୁନିଆ ପ୍ରତି ଆକର୍ଷିତ ଥିଲେ। ପିଲାବେଳୁ ସେ ମେଧାବୀ ଥିଲେ, ଚାଲାକ ବି ଥିଲେ। ଜେଇଇ ପରୀକ୍ଷାରେ ଭଲ ରାଙ୍କ ପାଇଥିବାରୁ ସେ ଆଇଆଇଟି ବମ୍ବେରେ ନାମ ଲେଖାଇଥିଲେ। କରୋନା ସମୟରେ କାନାଡା ଯାଇଥିଲେ। ସେଠାରେ ତାଙ୍କ ଭଉଣୀଙ୍କ ପାଖରେ ରହୁଥିଲେ ଏବଂ ଚାକିରୀ ମଧ୍ୟ କହୁଥିଲେ।

ଅଭୟଙ୍କ ବାପା କର୍ଣ୍ଣ ସିଂହଙ୍କ କହିବା ଅନୁଯାୟୀ, କାନାଡାରୁ ଫେରିବା ପରେ ତାଙ୍କୁ ଏକ ନାଚୁରାଲପ୍ୟାଥି ଡାକ୍ତଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ଅଭୟଙ୍କ ଆଧ୍ୟାତ୍ମବାଦ ପ୍ରତି ଆକର୍ଷଣ ବିଷୟରେ ଜାଣିବାକୁ ପାଇଥିଲେ।

Tags: #KumbhMela #MahaKumbh #IITanBaba #Prayagraj #Sangam #Culture #India

LEAVE A REPLY

Please enter your comment!
Please enter your name here