ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ନିଷ୍ପତ୍ତି ଭାରତ ସରକାର। ଗୁରୁବାର କେନ୍ଦ୍ର କ୍ୟାବିନେଟ ବୈଠକରେ ଅଷ୍ଟମ ବେତନ ଆୟୋଗକୁ ଅନୁମୋଦନ କରାଯାଇଛି। ଏହାଦ୍ଵାରା କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ଦରମା ବଢ଼ିବା ନେଇ ବାଟ ଫିଟିଛି। ଏନେଇ କେନ୍ଦ୍ର ରେଳ ତଥା ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ।
ଅଷ୍ଟମ ବେତନ ଆୟୋଗ ଲାଗୁ କରିବା ପାଇଁ ଏବେ କମିଟି ଗଠନ କରାଯିବ। ଏହି କମିଟି ବିଭିନ୍ନ ରାଜ୍ୟ ସରକାର ଓ ପିଏସୟୁଗୁଡ଼ିକ ସହିତ ବେତନ ଓ ପେନସନ ସମ୍ବନ୍ଧୀୟ ଆଲୋଚନା କରିବେ। ସବୁ ଆଲୋଚନା ପରେ କମିଟି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବେ।
ଦେଶରେ ୨୦୧୬ ମସିହାରୁ ସପ୍ତମ ବେତନ କମିଶନ ଲାଗୁ ହୋଇଛି। ଏହାର ୧୦ ବର୍ଷ ପରେ ୨୦୨୬ ମେ’ ମାସରୁ ଅଷ୍ଟମ ବେତନ ଆୟୋଗ ଲାଗୁ ହେବ। ଅଷ୍ଟମ ବେତନ ଆୟୋଗ ଗଠନ ପାଇଁ କେନ୍ଦ୍ରୀୟ କର୍ମଚାରୀଙ୍କ ସଂଗଠନଗୁଡ଼ିକ ଦାବି କରି ଆସୁଥିଲା।
Tags: #8thPayCommission #CentralGovtEmployees #CentralCabinet #India