ଓଡ଼ିଶାଲାଇଭ୍ ବ୍ୟୁରୋ
ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ। ସୋମବାର ତାଙ୍କ ସହିତ ଜେ ଡି ଭାନ୍ସ ଆମେରିକାର ଉପରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି। ଆମେରିକୀୟ ସଂସଦରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଉଭୟେ ଶପଥ ଗ୍ରହଣ କରିଛନ୍ତି।
ଆମେରିକାର ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ପଦର ଶପଥ ପାଠ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ଦେଶର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ୍ ଓ ଉପରାଷ୍ଟ୍ରପତି କମଳା ହ୍ୟାରିସ ଯୋଗ ଦେଇଥିଲେ।
ଡୋନାଲ୍ଡ ଟ୍ରମ୍ପ ସୋମବାର ଆମେରିକା ଆମେରିକାର ସଂସଦ ଭବନ ଭିତରେ ଥିବା ରୋଟୁଣ୍ଡା ହଲରେ ଶପଥ ନେଇଥିଲେ। ପ୍ରବଳ ଥଣ୍ଡାକୁ ଓ ତୁଷାରପାତକୁ ଦୃଷ୍ଟିରେ ରଖି ଏଥର ଶପଥ ଗ୍ରହଣ ଉତ୍ସବ ଖୋଲା ଆକାଶ ତଳେ ନକରିବାକୁ ନିଷ୍ପତ୍ତି ନିଆଯାଇଥିଲା।
ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଯୋଗ ଦେଇଥିଲେ। ସେହିପରି ଭାରତର ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ ଓ ଟଙ୍କା ପତ୍ନୀ ନୀତା ଅମ୍ବାନୀ ମଧ୍ୟ ଏହି ସମାରୋହରେ ସାମିଲ ହୋଇଥିଲେ। ଏହାସହ ବିଶ୍ବର ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
Tags: #DonaldTrump #OathTakingCeremony #POTUS #USA