ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରସ୍ଥିତ ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ପାଳିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ ହୋଇଯାଇଛି।
ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ପ୍ରଫେସର ଅଶୋକ କୁମାର ପଟ୍ଟନାୟକ ଆମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ।
ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପରି ଯୋଦ୍ଧାମାନେ ଭାରତର ସ୍ୱାଧୀନତା ସଂଗ୍ରାମ ଇତିହାସରେ ଓଡ଼ିଶାକୁ ସ୍ଵତନ୍ତ୍ର ଭାବେ ସ୍ଥାନିତ କରିଛନ୍ତି ବୋଲି ସେ ନିଜ ଉଦବୋଧନରେ କହିଥିଲେ। ଏହା ସହ ବୀର ସୁରେନ୍ଦ୍ର ସାଏ ଭାରତୀୟ ସ୍ୱାଧୀନତାର ଇତିହାସରେ ଜଣେ ହିରୋ। ଆଦିବାସୀଙ୍କୁ ଉନ୍ନତ କରିବାରେ ତାଙ୍କର ଅବଦାନ ଅତୁଳନୀୟ ବୋଲି ପ୍ରଫେସର ଅଶୋକ କୁମାର ପଟ୍ଟନାୟକ କହିଥିଲେ।
ଇତିହାସ ଏବଂ ପ୍ରତ୍ନତତ୍ତ୍ୱ ବିଭାଗର ସଂଯୋଜକ ଡକ୍ଟର ପବିତ୍ର ମୋହନ ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ରାଷ୍ଟ୍ର ନିର୍ମାଣରେ ନେତାଜୀ ସୁଭାଷଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଅବଦାନ ଅତୁଳନୀୟ ବୋଲି କହିଥିଲେ।
ସମ୍ମାନିତ ଅତିଥି ଭାବେ ଡକ୍ଟର ରାଜଶ୍ରୀ ଦତ୍ତ ଯୋଗଦେଇ ଦେଶ ପ୍ରତି ନେତାଜୀ ଏବଂ ବୀର ସୁରନ୍ଦ୍ରେ ସାଏଙ୍କ ଅବଦାନ ସମ୍ପର୍କରେ ବର୍ଣ୍ଣନା କରିଥିଲେ।
ଇତିହାସ ଏବଂ ପ୍ରତ୍ନତତ୍ତ୍ୱ ବିଭାଗର ସହକାରୀ ପ୍ରଫେସର ଡକ୍ଟର ଶିଖାଶ୍ରୀ ରୟ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଆନ୍ଥ୍ରୋପୋଲୋଜି ବିଭାଗର ସହକାରୀ ପ୍ରଫେସର ଡକ୍ଟର ଆକାଶ ମଲ୍ଲିକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।
Tags: #NetajiJayanti #NetajiSubhasChandraBose #ParakramDivas #VeerSurendraSai #FreedomFighter #FreedomStruggle #Odisha #India