ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ୭୬ତମ ସାଧାରଣରତନ୍ତ୍ର ଦିବସ ପାଳନ କରୁଛି ସାରା ଭାରତ। ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ଅନୁଷ୍ଠିତ ହୋଇଛି ରାଜ୍ୟସ୍ତରୀୟ ସାଧାରଣରତନ୍ତ୍ର ଦିବସ ସମାରୋହ। ଏଠାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି।
ଚଳିତବର୍ଷ ରାଜ୍ୟସ୍ତରୀୟ ପରେଡ୍ରେ ୫୦ରୁ ଅଧିକ ଟ୍ରୁପ ଅଂଶଗ୍ରହଣ କରିଥିଲେ। ଏଥର ପରେଡରେ ବିଏସଏଫ, ଇଣ୍ଡୋ ତିବ୍ବତିଆନ୍ ବର୍ଡର ପୋଲିସ ଓ ଝାଡ଼ଖଣ୍ଡ ପୋଲିସର ଟ୍ରୁପ ସାମିଲ ହୋଇଥିଲେ। ସମ୍ବଲପୁର ଅତିରିକ୍ତ ଏସ୍ପି ଶୁଭମ ସଞ୍ଜୟ ଭୋସଲେ ଚଳିତବର୍ଷ ପରେଡର ନେତୃତ୍ୱ ନେଇଥିଲେ।
ଏହାସହ ଓଡ଼ିଶା ପୋଲିସର ସପ୍ତମ ବାଟାଲିଅନ୍, କମିସନରେଟ ପୋଲିସର ଟ୍ରୁପ ସହିତ, ଏସ୍ଓଜି, ସ୍ଵିଫ୍ଟ ଆକ୍ସନ ଫୋର୍ସ, ଆରପିଏଫ୍, ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀର ଟ୍ରୁପ୍ ପରେଡରେ ଅଂଶଗ୍ରହଣ କରିଥିଲେ। ଏହାସହ ବିଭିନ୍ନ ସ୍କୁଲ୍ର ସ୍କାଉଟ୍, ଗାଇଡ୍ ଓ ଏନ୍ସିସି ଅନ୍ୟ ଛାତ୍ରଛାତ୍ରୀମାନେ ପରେଡରେ ସାମିଲ ହୋଇଥିଲେ।
ଏଥର ରାଜ୍ୟସ୍ତରୀୟ ସାଧାରଣରତନ୍ତ୍ର ଦିବସ ସମାରୋହ ଲାଗି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଭୁବନେଶ୍ୱରରେ ଅନେକ ପୋଲିସକର୍ମୀ ମୁତୟନ ହୋଇଛନ୍ତି। ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯାଇଛି। ସହରରେ ସ୍ୱତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା ମଧ୍ୟ କରଯାଇଛି।
Tags: #RepublicDay #StateLevelprogramme #Bhubaneswar #Odisha