ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜଧାନୀ ଭୁବନେଶ୍ଵରରେ ଆରମ୍ଭ ହେଲା ଶିଳ୍ପ ମହାକୁମ୍ଭା ‘ଉତ୍କର୍ଷ ଓଡ଼ିଶା: ମେକ ଇନ ଓଡ଼ିଶା କନକ୍ଲେଭ ୨୦୨୫’। ଜାନୁଆରି ୨୮ ଓ ୨୯ ତାରିଖ ଦୁଇଦିନ ଧରି ଚାଲିବ ଏହି ମହାକୁମ୍ଭକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ପ୍ରଧାମନ୍ତ୍ରୀ ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ଵାଗତ କରାଯାଇଥିଲା। ସେଠାରୁ ଜନତା ମଇଦାନଠାରେ ଆୟୋଜିତ ହୋଇଥିବା ‘ଉତ୍କର୍ଷ ଓଡ଼ିଶା: ମେକ ଇନ ଓଡ଼ିଶା କନକ୍ଲେଭ ୨୦୨୫’କୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଉଦଘାଟନୀ ଉତ୍ସବରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେ ନ୍ଦ୍ର ପ୍ରଧାନ, ଅଶ୍ଵିନୀ ବୈଷ୍ଣବ ଏବଂ ଜୁଏଲ ଓରାମ ପ୍ରମୁଖ ଯୋଗ ଦେଇଥିଲେ।

ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ଦେଶ ବିଦେଶର ନିବେଶକ ଓ ଶିଳ୍ପ ପ୍ରତିନିଧି ଯୋଗ ଦେଇଛନ୍ତି। କୁମାର ମଙ୍ଗଳମ ବିର୍ଲା, ନବୀନ ଜିନ୍ଦଲ, ଅନୀଲ ଅଗ୍ରୱାଲ କରନ ଅଦାନୀ, ଦେବେଶ ଜୈନ, ଶୁଭ୍ରକାନ୍ତ ପଣ୍ଡା, ଟିଭି ନରେନ୍ଦ୍ରନ ଓ ସଜ୍ଜନ ଜିନ୍ଦଲ ପ୍ରମୁଖ ଶିଳ୍ପ ମହାକୁମ୍ଭରେ ଯୋଗ ଦେଇଛନ୍ତି।

ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ବହୁ ସଂଖ୍ୟାରେ ନିବେଶକ ଏବଂ ଶିଳ୍ପ ପ୍ରତିନିଧି ଯୋଗ ଦେବେ। ଶିଳ୍ପର ଏହି ମହାକୁମ୍ଭରୁ ୫ ଲକ୍ଷ କୋଟିରୁ ଅଧିକ ଟଙ୍କାର ପୁଞ୍ଜି ନିବେଶ ଆଶା ରଖିଛନ୍ତି ରାଜ୍ୟ ସରକାର।

ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ପୂର୍ବରୁ ସୁରକ୍ଷାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ରାଜଧାନୀ ଭୁବନେଶ୍ଵରରେ କାରକେଡ ରିହଲସଲ କରାଯାଇଥିଲା।

Tags: #UtkarshOdishaMakeInOdishaConclave2025 #UtkarshOdishaConclave #InvestOdisha #PMNarendraModi #CMOdisha

LEAVE A REPLY

Please enter your comment!
Please enter your name here