ଓଡ଼ିଶାଲାଇଭ୍ ବ୍ୟୁରୋ
ବଢ଼ିଲା କନିଷ୍ଠ ଶିକ୍ଷକ (ସ୍କିମାଟିକ) ଙ୍କ ପାରିଶ୍ରମିକ। କନିଷ୍ଠ ଶିକ୍ଷକଙ୍କ ପାରିଶ୍ରମ ୧୧ ହଜାର ଟଙ୍କାରୁ ୧୬ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।
ସମଗ୍ର ଶିକ୍ଷା ଅଧୀନରେ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକମାନଙ୍କ ଦୀର୍ଘ ଦିନର ଦାବି ପୂରଣ ହୋଇଛି। କନିଷ୍ଠ ଶିକ୍ଷକମାନେ (ସ୍କିମାଟିକ) ଦରମା ବୃଦ୍ଧି କରିବା ନିମନ୍ତେ ବିଭିନ୍ନ ସମୟରେ ସରକାରଙ୍କ ନିକଟରେ ଦାବି କରି ଆସୁଥିଲେ। ସେମାନଙ୍କ ଦାବି ଉପରେ ଗୁରୁତ୍ଵ ଦେଇ ରାଜ୍ୟ ସରକାର କନିଷ୍ଠ ଶିକ୍ଷକମାନଙ୍କ ପାରିଶ୍ରମିକ ମାସିକ ୪,୯୦୦ ଟଙ୍କା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି।
ପୂର୍ବରୁ ୧୧ ହଜାର ଟଙ୍କା ପାରିଶ୍ରମିକ ପାଉଥିବା କନିଷ୍ଠ ଶିକ୍ଷକମାନେ ଏଣିକି ୧୬ ହଜାର ଟଙ୍କା ପାଇବେ। ରାଜ୍ୟର ୧୧ ହଜାରରୁ ଊର୍ଦ୍ଧ୍ଵ ଶିକ୍ଷକ ଏହା ଦ୍ଵାରା ଉପକୃତ ହେବେ।
Tags: #JuniorTeacherSchematic #Remuneration #School #SamagraSikshyaScheme #OdishaGovt