ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ବିଧାନସଭାରେ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପିତ ହୋଇଛି। ଅର୍ଥ ବିଭାଗର ଦାୟିତ୍ଵରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟ୍ ଉପସ୍ଥାପନ କରିଛନ୍ତି। ଏଥିରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଏବଂ ଶିଳ୍ପ ଭଳି ରାଜ୍ୟର ବିଭିନ୍ନ ବିଭାଗ ପାଇଁ ଅର୍ଥ ବ୍ୟୟ ବରାଦ କରାଯାଇଛି।
ଆସନ୍ତୁ ଜାଣିବା ଚଳିତ ବଜେଟରେ କେଉଁ ବିଭାଗ ପାଇଁ କେତେ ଅର୍ଥ ବ୍ୟୟ ବରାଦ କରାଯାଇଛି।
- କୃଷି ଓ କୃଷକ ସଶକ୍ତିକରଣ ବିଭାଗ – ୩୭ ହଜାର ୮୩୮ କୋଟି ଟଙ୍କା
- ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ – ୩୧ ହଜାର ୧୮୫ କୋଟି ଟଙ୍କା
- ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ – ୨୮ ହଜାର ୪୫୧ କୋଟି ଟଙ୍କା
- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ – ୨୨ ହଜାର ୭୪୧ କୋଟି ଟଙ୍କା
- ଗ୍ରାମ୍ୟ ଉନ୍ନୟନ ବିଭାଗ – ୧୦ ହଜାର ୨୦ କୋଟି ଟଙ୍କା
- ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ – ୧,୯୧୩ କୋଟି ଟଙ୍କା
- ପୂର୍ତ୍ତ ବିଭାଗ – ୧୨ ହଜାର କୋଟି ଟଙ୍କା
- ଜଳ ସମ୍ପଦ ବିଭାଗ – ୧୪ ହଜାର ୮୯୪ କୋଟି ଟଙ୍କା
- ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ବିକାଶ ଏବଂ ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ – ୬୪୩୬ କୋଟି ଟଙ୍କା
- ଶକ୍ତି ବିଭାଗ – ୩,୯୬୨ କୋଟି ଟଙ୍କା
- ପରିବହନ ବିଭାଗ – ୩,୭୯୪ କୋଟି ଟଙ୍କା
- ଯୋଜନା ଏବଂ କ୍ରିୟାନ୍ୱୟନ ବିଭାଗ – ୨,୮୦୮ କୋଟି ଟଙ୍କା
- ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ – ୧,୪୯୧ କୋଟି ଟଙ୍କା
- କ୍ରୀଡ଼ା ଓ ଯୁବ ସେବା ବିଭାଗ – ୧,୩୧୯ କୋଟି ଟଙ୍କା
- ଶିଳ୍ପ ବିଭାଗ – ୮୦୮ କୋଟି ଟଙ୍କା
- ପର୍ଯ୍ୟଟନ ବିଭାଗ – ୮୨୦ କୋଟି ଟଙ୍କା
- ଇସ୍ପାତ ଓ ଖଣି ବିଭାଗ – ୪୦୪ କୋଟି ଟଙ୍କା
- ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ – ୩୫୩ କୋଟି ଟଙ୍କା
- ବୟନ, ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ – ୨୨୨ କୋଟି ଟଙ୍କା
- ଅବକାରୀ ବିଭାଗ – ୨୪୪ କୋଟି ଟଙ୍କା
- ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ – ୧୬୦ କୋଟି ଟଙ୍କା
- ସଂସଦୀୟ ବ୍ୟାପାର ବିଭାଗ – ୭୪ କୋଟି ଟଙ୍କା
Tags: #Budget2025-26 #OdishaAssembly #CMMohanCharanMajhi #FinanceDept #Odisha