ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତାକାଲି ମହାଶିବରାତ୍ରୀ। ଚଳଚଞ୍ଚଳ ହୋଇଛି ରାଜ୍ୟର ସବୁ ଶୈବ ପୀଠ। ଜଗରରେ ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ମନ୍ଦିର ଆଖପାଖ ଅଞ୍ଚଳରେ କମିଶନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି ହୋଇଛି।
କମିଶନରେଟ୍ ପୋଲିସର ସୂଚନା ଅନୁସାରେ ଏହି ଟ୍ରାଫିକ କଟକଣା ଫେବ୍ରୁଆରି ୨୫ ମଧ୍ୟରାତ୍ରିରୁ ଲାଗୁ ହେବ। ଭିଡ଼ ନିୟନ୍ତ୍ରଣ ଓ ଯାନବାହାନ ଚଳାଚଳ ସୁଗମ କରିବା ଏହି କଟକଣା ଜାରି ହେବ।
ରଥ ରୋଡ୍ ଏବଂ ପୁନାମା ଗେଟ୍ ପାର୍ଶ୍ୱରୁ ଲିଙ୍ଗରାଜ ମନ୍ଦିରକୁ ଆସୁଥିବା ଯାନବାହନଗୁଡ଼ିକ ବଢ଼େଇବାଙ୍କ ଛକରୁ ବିଏମ୍ ହାଇସ୍କୁଲ ପଡ଼ିଆ ଆଡ଼କୁ ପାର୍କିଂ ପାଇଁ ଡାଇଭର୍ଟ କରାଯିବ। ଏହି ସମୟ ମଧ୍ୟରେ ରଥ ରୋଡରେ କୌଣସି ଭାରି ଯାନ ଚଳାଚଳ କରିପାରିବନାହିଁ।
କେଦାର ଗୌରି ମନ୍ଦିର ପଟୁ ଓ ସାନିଟାରୀୟମ୍ ଛକ ପଟୁ ଲିଙ୍ଗରାଜ ମନ୍ଦିର ଆଡ଼କୁ ଆସୁଥିବା ଗାଡ଼ିଗୁଡ଼ିକ କୋଟି ତୀର୍ଥ ଗଳି ଦେଇ କଚେରୀ ପିଣ୍ଡି ରାସ୍ତାରେ ଯାଇ ତରଙ୍ଗ କ୍ଲବ ପଛପଟେ ଥିବା ଖାଲି ସ୍ଥାନରେ ଗାଡ଼ି ରଖିପାରିବେ।
ସାମନ୍ତରାପୁର ଛକ ପଟୁ ଆସୁଥିବା ଯାନବାହାନଗୁଡ଼ିକ ଶ୍ରୀରାମ ନଗର ଓ ସବଷ୍ଟେସନ ଛକ ଦେଇ ଅନନ୍ତ ବାସୁଦେବ ମନ୍ଦିର ଉତ୍ତର ପଟେ ଏବଂ ତରଙ୍ଗ କ୍ଲବ ପଛପଟେ ଥିବା ଖାଲି ସ୍ଥାନରେ ପାର୍କିଂ ହେବ।
ଏହାସହ କେଉଟ ସାହି ପଟୁ ଲିଙ୍ଗରାଜ ମନ୍ଦିର ଆଡ଼କୁ ଆସୁଥିବା ସମସ୍ତ ଯାନବାହାନଗୁଡ଼ିକ ସବଷ୍ଟେସନ୍ ଛକ ଦେଇ ବିଏମସି ନିଉ ମାର୍କେଟ୍ କମ୍ପେକ୍ସ ପାର୍କି ଓ ଅନନ୍ତ ବାସୁଦେବ ମନ୍ଦିର ପାର୍କିଂରେ ଗାଡ଼ି ରଖିପାରିବେ।
ତାରା ସୁନ୍ଦରୀ ରାସ୍ତାରେ ଲିଙ୍ଗରାଜ ମନ୍ଦିର ଆଡ଼କୁ ଆସୁଥିବା ସମସ୍ତ ଗାଡ଼ିଗୁଡ଼ିକ ବଢେଇ ବାଙ୍କ ଛକ ପରେ ଆଗକୁ ଯିବାକୁ ଦିଆଯିବନାହିଁ। ସେମାନେ ମୁନିସପାଲଟି ହସ୍ପିଟାଲ୍ କିମ୍ବା ବିଏମସି ହାଇସ୍କୁଲ ପଡ଼ିଆରେ ଗାଡ଼ି ପାର୍କିଂ କରିପାରିବେ।
ରାମକୃଷ୍ଣ ମଠ ଦେଇ ମାଉସୀମା ଛକ ପଟୁ ଆସୁଥିବା ସମସ୍ତ ବସ, ଭାରୀ ଯାନ ଓ କାରଗୁଡ଼ିକୁ ସାନିଟାରିୟମ୍ ଛକ ପର୍ଯ୍ୟନ୍ତ ଯିବାକୁ ଦିଆଯିବ। ସେମାନେ ଛକ ପାଖରେ ଥିବା ନୂଆ ବସ ଷ୍ଟାଣ୍ଡରେ ପାର୍କିଂ କରିପାରିବେ।
ଅନ୍ୟପଟେ ନିମନ୍ତ୍ରିତ ଅତିଥ୍ ଓ ସରକାରୀ କର୍ମଚାରୀଙ୍କ ଯାନବାହନ ରଥ ରୋଡ଼ରେ ଆସି ବଢେଇ ବାଙ୍କ ଛକଠାରୁ ମୁନିସପାଲଟି ହସ୍ପିଟାଲ୍ ରାସ୍ତା ଦେଇ ନିର୍ଦ୍ଧାରିତ ହୋଇଥିବା ପାର୍କିଂ ସ୍ଥାନକୁ ଯାଇପାରିବ।
Tags: #Mahashivratri #LingarajTemple #TrafficAdvisory #CommissioneratePolice #Bhubaneswar #Odisha