ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ଆୟକର ରିଟର୍ଣ୍ଣ ଫାଇଲ କରିଥିଲେ କଟିବନି ରାସନ କାର୍ଡ। ଏଥିପାଇଁ ସରକାରଙ୍କ ପକ୍ଷରୁ ଭେରିଫିକେସନ କରାଯିବ। ଯୋଗ୍ୟ ହିତାଧିକାରୀ ହୋଇ ମଧ୍ୟ ଆୟକର ରିଟର୍ଣ୍ଣ ଫାଇଲ ଯୋଗୁଁ ରାସନ କାର୍ଡ କଟିଥିଲେ, ସେମାନଙ୍କୁ ପୁଣି କାର୍ଡ ଯୋଗାଇ ଦିଆଯିବ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

“ଏବେ ଓଡ଼ିଶାରେ ରାସନ କାର୍ଡ ଇ-କେୱାଇସି ପ୍ରକ୍ରିୟା ଜାରି ରହିଛି। ଏହାରି ମଧ୍ୟରେ କିଛି ବ୍ୟକ୍ତି ଆୟକର ରିଟର୍ଣ୍ଣ ଫାଇଲ କରିଥିବାରୁ ସେମାନଙ୍କ ନାଁ କାଟିଦିଆଯାଇଛି। ଏହାକୁ ନେଇ ଯୋଗାଣ ଅଧିକାରୀମାନେ ସର୍ଭେ କରିବେ। ଯିଏ ପ୍ରକୃତରେ ଯୋଗ୍ୟ ହିତାଧିକାରୀ ହୋଇଥିବେ ସେମାନଙ୍କୁ ପୁଣି କାର୍ଡ ମିଳିବ”, କହିଛନ୍ତି କୃଷ୍ଣଚନ୍ଦ୍ର ପାତ୍ର।

ଇ-କେୱାଇସିବେଳେ ଆୟକର ଦେଉଥିବା ଲୋକଙ୍କ ରାସନ କାର୍ଡ କଟାଯାଉଛି। ହେଲେ ଅନେକ ଗରିବ ଲୋକ ପିଲାଙ୍କ ପଠାପଢ଼ା, ଘର ତିଆରି କିମ୍ବା ଝିଅ ବାହାଘର ପାଇଁ ଲୋନ କରିବା ସମୟରେ ଜିରୋ ରିଟର୍ଣ୍ଣରେ ଇନକମ ଟ୍ୟାକ୍ସ ଫାଇଲ କରୁଛନ୍ତି। ତେବେ ସେମାନଙ୍କ ରାସନ କାର୍ଡ ନ କାଟିବାକୁ ଦାବି ହୋଇଥିଲା।

Tags: #RationCard #E-KYC #PublicDistribution #Odisha

LEAVE A REPLY

Please enter your comment!
Please enter your name here