ଓଡ଼ିଶାଲାଇଭ୍‌ ବ୍ୟୁରୋ   

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପରିଷଦ କାର୍ଯ୍ୟାଳୟସ୍ଥିତ ରାଜୀବ ଭବନଠାରେ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ପରିଷଦ ଅଧ୍ୟକ୍ଷା ଭଗବତୀ ଭତ୍ରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସାଂସଦ ବଳଭଦ୍ର ମାଝି, ନବରଙ୍ଗପୁର ବିଧାୟକ ତଥା ଯୋଜନା ବୋର୍ଡ ଅଧ୍ୟକ୍ଷ ମନୋହର ରନ୍ଧାରୀ, ବିଧାୟକ ସୁବାସ ଗଣ୍ଡ, ବିଧାୟକ ଭୁଜବଳ ମାଝି, ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର, ମନ୍ତ୍ରୀଙ୍କ ପ୍ରତିନିଧି ପ୍ରମୋଦ କୁମାର ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।

ବୈଠକ ଆରମ୍ଭରେ ଜିଲ୍ଲାପାଳ ଗଣମାଧ୍ୟମ ପ୍ରତିନିଧିଙ୍କୁ ଫଟୋ ଉତ୍ତୋଳନ କରି ଚାଲିଯିବାକୁ କହିବାରୁ ଅସନ୍ତୋଷ ପ୍ରକାଶ କରି ବାହାରକୁ ଚାଲି ଯାଇଥିଲେ। ପରେ ସାଂସଦ, ବିଧାୟକ, ଅଧ୍ୟକ୍ଷା, ଜିଲ୍ଲାପାଳ ଆସି ଅନୁରୋଧ କରିବାରୁ ସମସ୍ତ ସମ୍ବାଦଦାତା ବୈଠକ ଗୃହକୁ ଯାଇ ବସିଥିଲେ।

ବୈଠକରେ ପ୍ରଥମେ ସ୍ୱାସ୍ଥ୍ୟ ବିଭାଗ ଉପରେ ଆଲୋଚନା ହୋଇଥିଲା। ଆଲୋଚନା ବେଳେ ଗୃହରେ ହଟ୍ଟଗୋଳ ହୋଇଥିଲା। ଡାକ୍ତରଖାନାରେ ରୋଗୀସେବା ଓ ଡାକ୍ତରଙ୍କ ଦୁର୍ବ୍ୟବହାରକୁ ନେଇ ଉଦବେଗ ପ୍ରକାଶ କରିଥିଲେ। ରାଇଘର ବ୍ଳକରେ ପ୍ରକୃତ ହିତାଧିକାରୀ ଆବାସ ଯୋଜନାରେ ଘର ପାଇପାରୁ ନାହାନ୍ତି। ଏ ନେଇ ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ଲିଖିତ ଅଭିଯୋଗ ଦେବାକୁ କହିଥିଲେ।

LEAVE A REPLY

Please enter your comment!
Please enter your name here