ଓଡ଼ିଶାଲାଇଭ୍ ବ୍ୟୁରୋ
ଖଣ୍ଡଗିରି ଯାତ୍ରା ମହାକୁମ୍ଭର ରବିବାର ଥିଲା ଶେଷ ଦିନ। ବିଭିନ୍ନ ପାର୍ଟି ଖଣ୍ଡଗିରିରେ ନାଟକ ପରିବେଷଣ କରିଛନ୍ତି। ଯାହାକୁ ଦର୍ଶକ ମନଭରି ଉପଭୋଗ କରିଛନ୍ତି।
ଖଚାଖଚ ଦର୍ଶକଙ୍କ ଭିଡ଼ ଭିତରେ କଳାକାରଙ୍କ ନିଖୁଣ ଅଭିନୟ ସମସ୍ତଙ୍କୁ ଯେମିତି କିଛି ସମୟ ଲାଗି ବାନ୍ଧି ରଖୁଥିଲା।
ଶେଷଦିନରେ ଦର୍ଶକଙ୍କୁ ବାନ୍ଧିରଖିବା ଲାଗି ଯାତ୍ରା ପାର୍ଟି ମାନେ ପ୍ରୟାସ କରିଥିଲେ। କଳିଙ୍ଗ ଗଣନାଟ୍ୟ ତରଫରୁ ଠିକଣା ହଜିଛି ଜଗା ହାତରେ ନାଟକ ପରିବେଷଣ କରାଯାଇଥିଲା। ସେହିପରି କୋଣାର୍କ ‘ସଇତାନ’, ବିଶ୍ୱଦରବାର ‘ଚଉଠି ରାତିର ଚଉଦ କଥା’ ତୁଳସୀ ‘ସୀତା ଦେବେ ଆଜି ଅଗ୍ନିପରୀକ୍ଷା’ ନାଟକ ପରିବେଶ କରିଥିଲେ।


















