ଓଡ଼ିଶାଲାଇଭ ବ୍ୟୁରୋ
ଜନ୍ମବେଦୀର ଆଜି ହେବ ମହାପ୍ରଭୁଙ୍କ ବନକଲାଗି ନୀତି। ଆଜି ଗୁଣ୍ଡିଚା ମନ୍ଦିରରେ ମଧ୍ୟାହ୍ନ ଧୂପ ଏବଂ ଦ୍ୱିତୀୟ ଭୋଗ ମଣ୍ଡପ ନୀତି ପରେ ବନକଲାଗି ନୀତି ଅନୁଷ୍ଠିତ ହେବ।
ଏବେ ଆଡ଼ପ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଉଥିବା ମହାପ୍ରଭୁଙ୍କୁ ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତମହାପାତ୍ର ସେବକ। ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାରରେ କସ୍ତୁରୀ, କେଶର, ହରତାଳ, ହିଙ୍ଗୁଳ ଆଦିର ମିଶ୍ରଣକୁ ଲାଗି କରାଯାଇ ବନକଲାଗି ଜରିଆରେ ନୀତିକୁ ଶେଷ ସ୍ପର୍ଶ ଦିଆଯିବ।
ଏଥିଲାଗି ଆଜି ରାତି ୯ଟା ପରଠାରୁ ଗୁଣ୍ଡିଚା ମନ୍ଦରରେ ପହଡ଼ ପଡ଼ିବାକୁ ଥିବାରୁ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିବ। ଆସନ୍ତାକାଲି ହେରା ପଞ୍ଚମୀ ହୋଇଥିବାରୁ ମା’ ଲକ୍ଷ୍ମୀ ଆସିବେ। ହେରା ପଞ୍ଚମୀ ନୀତି ଅନୁଷ୍ଠିତ ହେବ।