ଓଡ଼ିଶାଲାଇଭ ବ୍ୟୁରୋ
ସେବା କରିବାର ଇଛା ଆଗରେ ହାର ମାନିଛି ବୟସ। ଏକଥାକୁ ପ୍ରମାଣ କରି ଦେଖାଇଛନ୍ତି ମହାରାଷ୍ଟ୍ର ଜଣେ ୮୫ ବର୍ଷିୟ ବୃଦ୍ଧା। ତାଙ୍କ ନାଁ ଶୁକବାଇ ଦେଶମୁଖ। ତାଙ୍କର ଏହି କାର୍ଯ୍ୟ ପାଇଁ ତାଙ୍କୁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ମାନିତ କରାଯାଇଥିଲା।
ସୋମବାର ପୁରୀ ବେଳାଭୂମିରେ ‘ମୋ ବିଚ’ କାର୍ଯ୍ୟକ୍ରମରେ ସଫେଇ କାର୍ଯ୍ୟକ୍ରମ ଚାଲିଥିଲା ବେଳେ ଏଥିରେ ଶୁକବାଇ ଯୋଗ ଦେଇଥିଲେ। ୮୫ ବର୍ଷରେ ତାଙ୍କର ଉଦ୍ୟମ ଓ ପରିଶ୍ରମ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲା।
#FaceofTheMonth: The Dist Admin felicitates 85 yrs old Sakhubai Deshmukh of Shree Sant Janardhan Swami Sanskar-Maharashtra, who has set an example by leading from the front by participating in cleaning activities near Jagannath Temple, PuriHospital & beach under #MoBeach campaign pic.twitter.com/RVupGT8XXT
— PuriOfficial (@Puri_Official) July 29, 2019
ଶୁକବାଇ ବୁଲି ବୁଲି ଏକ ଝୁଡ଼ିରେ ବେଳାଭୂମିରେ ପଡ଼ିଥିବା ପ୍ଲାଷ୍ଟିକ ବୋତଲ, ଗ୍ଲାସ ଓ ଅଳିଆ ଉଠାଇ ଡଷ୍ଟବିନରେ ପକାଇଥିଲେ। ତାଙ୍କର ଏହି ଝୁଡ଼ି ଧରିଥିବା ଫଟୋକୁ ପୁରୀ ଜିଲ୍ଲାପାଳ ବଲଓ୍ଵନ୍ତ ସିଂ ନିଜ ଟୁଇଟରରେ ପୋଷ୍ଟ କରିବା ପରେ ଚାରିଆଡୁ ଶୁଭେଛାର ସୁଅ ଛୁଟି ଆସିଥିଲା।
ଶୁକବାଇ ହେଉଛନ୍ତି ମହାରାଷ୍ଟ୍ର ଏଲୋରାସ୍ଥିତ ଶ୍ରୀସନ୍ଥ ଜନାର୍ଦ୍ଦନ ସ୍ଵାମୀ ସଂସ୍ଥାର ମୁଖ୍ୟ ଶାନ୍ତିଗିରି ମହାରାଜଙ୍କ ଜଣେ ଅନୁଗାମୀ। ମାସେ ହେବ ଏହି ସଂସ୍ଥାରେ ଅନୁଗାମୀମାନେ ପୁରୀ ଆସିଛନ୍ତି। ସୋମବାର ବେଳାଭୂମିରେ ହେଉଥିବା ସଫେଇ କାର୍ଯ୍ୟକ୍ରମରେ ସେ ଯୋଗ ଦେଇ ଚର୍ଚ୍ଚାର ବିଷୟ ପାଲଟିଥିଲେ।
ଶୁକବାଇଙ୍କ ଘର ମହାରାଷ୍ଟ୍ରର ନାସିକ ଜିଲ୍ଲାରେ। ତାଙ୍କର ୩ଟି ପୁଅ ଓ ୫ଟି ଝିଅ ଅଛନ୍ତି। ସ୍ଵାମୀଙ୍କ ମୃତ୍ୟୁ ପରେ ୬ ଏକର ଜମିରେ ଚାକ୍ଷ କରି ଜଣେ ସଫଳ କୃଷି ହୋଇଛନ୍ତି।