ଓଡ଼ିଶାଲାଇଭ ବ୍ୟୁରୋ

ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନା ନୂଆପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସ୍ତ୍ରୀକୁ ପୋଡ଼ି ହତ୍ୟା କରିବା ପରେ ସ୍ଵାମୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛି। ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକ ଜଣକ ହେଉଛନ୍ତି ଧଇଁଆ ସାହିର ସନାତନ ମଲ୍ଲିକଙ୍କ ପୁଅ ନିଳାମ୍ଵର ମଲ୍ଲିକ।

ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ନିଳାମ୍ଵରଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଚେତା ଫେରିବା ପରେ ଡାକ୍ତରଙ୍କ ଆଗରେ ଦେଇଥିବା ବୟାନରେ ସବୁ ଚମକି ପଡ଼ିଥିଲେ। ନିଜ ସ୍ତ୍ରୀକୁ ପିଟିପିଟି ମାରିବା ପରେ ନଡ଼ା ଗଦାରେ ପକାଇ ନିଆଁ ଲଗାଇ ଦେବା କଥା କହିଥିଲେ।

ଡାକ୍ତରଖାନା ପକ୍ଷରୁ ଏନେଇ ଥାନାରେ ଖବର ଦିଆଯାଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନଡ଼ା ଗଦାରୁ ମହିଳାଙ୍କ ଦରପୋଡ଼ା ଶବ ଉଦ୍ଧାର କରିଥିଲା। ଦମକଳ ବାହିନୀ ମଧ୍ୟ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ନିଳାମ୍ଵର ଏପରି ଘଟଣା କାହିଁକି ଘଟାଇଥିଲା ତାହା ସାମ୍ନାକୁ ଆସିନାହିଁ।

LEAVE A REPLY

Please enter your comment!
Please enter your name here