ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜିଏମ୍ ଡାଏଟ୍ ହେଉଛି ଏକ ୭ ଦିନର ସରଳ ଆହାର ଯୋଜନା। ଯାହାକି ଶରୀରର ମେଟାବୋଲିଜିମ୍ରେ ସୁଧାର ଆଣିବା ସହ, ହଜମରେ ଉନ୍ନତି ଆଣେ, ଶରୀରରୁ ବିଷାକ୍ତ ପଦାର୍ଥ ନିଷ୍କାସିତ କରେ ଏବଂଆପଣଙ୍କ ଶରୀରରେ ଅନୁକୂଳ ଉର୍ଜା ସଞ୍ଚାର କରି ଓଜନ କମ୍ କରିଥାଏ। ଏହି ଆହାର ଯୋଜନା ବହୁଳ ଭାବରେ ପରୀକ୍ଷିତ। ଏହାର କୌଣସି ପାର୍ଶ୍ୱପ୍ରଭାବ ନଥାଏ।

ଓଜନ କମ୍ କରିବା ପାଇଁ ଜିଏମ୍ ଡାଏଟ୍

ଦିବସ ୧

ଆପଣଙ୍କ ମନ ପସନ୍ଦର ଫଳ ଖାଆନ୍ତୁ। ତରଭୂଜ ଓ ଖରଭୂଜ ଖାଇଲେ ଭଲ। ଦିନକ ଭିତରେ ୮ରୁ ୧୨ ଗ୍ଲାସ ପାଣି ପିଅନ୍ତୁ। ପାଚିଲା କଦଳୀ, ଆମ୍ବ ଖାଇବେ ନାହିଁ।

 ଦିବସ ୨

ଏହି ଦିନ କେବଳ ପନିପରିବା ଖାଆନ୍ତୁ। ଏହି ପରିବା ରାନ୍ଧିବା ପାଇଁ ସାମାନ୍ୟ ଅଲିଭ୍ ତେଲ ବ୍ୟବହାର କରିପାରନ୍ତି। ୮ରୁ ୧୨ ଗ୍ଲାସ ପାଣି ପିଅନ୍ତୁ। କାକୁଡ଼ି, ଟମାଟୋ, ମୂଳା, ପିଆଜ, ଲେମ୍ବୁ, ସାଲାଡ୍ ସହିତବିଭିନ୍ନ ପରିବା ସିଝା ବା ତରକାରୀ ଯେପରିକି ବନ୍ଧାକୋବି, ବିନ୍, ବାଇଗଣ, ଜହ୍ନି, ପୋଟଳ, ଅମୃତଭଣ୍ଡା ଖାଇପାରିବେ।

 ଦିବସ ୩

ଫଳ ଓ ପନିପରିବା ଉଭୟ ଖାଇପାରିବେ। ଆଳୁ ଓ କଦଳୀ ଖାଇବେ ନାହିଁ। ୮ରୁ ୧୨ ଗ୍ଲାସ ପାଣି ପିଅନ୍ତୁ।

 ଦିବସ ୪

ଏହି ଦିନ ୮ଟି ପାଚିଲା କଦଳୀ ଏବଂ ୪ ଗ୍ଲାସ କ୍ଷୀର ପିଇପାରିବେ। ଆପଣ ମଧ୍ୟ ବିରକ୍ତିକର ମନେ ହେଲେ ଗୋଟିଏ ଗିନା କ୍ଲିଅର ଭେଜିଟେବୁଲ୍ ସୁପ୍ ପିଇପାରିବେ। ୮ରୁ ୧୨ ଗ୍ଲାସ ପାଣି ପିଅନ୍ତୁ।

ଦିବସ ୫

ଉଷୁନା ଭାତ ଖାଆନ୍ତୁ। ୬ଟି ବଡ଼ ଟମାଟୋ ଖାଆନ୍ତୁ। ଆମିଷ ଖାଉଥିବା ଲୋକେ କୁକୁଡ଼ା ମାଂସ, କିମ୍ବା ମାଛ ଖାଇପାରିବେ। ନିରାମିଷ ଖାଉଥିବା ବ୍ୟକ୍ତି ଛେନା ଖାଇପାରିବେ। ଯଥେଷ୍ଟ ପାଣି ଓ କେବଳ ଫଳରସ ପିଇ ନିଜକୁ ଜଳଯୁକ୍ତ ରଖନ୍ତୁ।

ଦିବସ ୬

ଉଷୁନା ଭାତ ସହିତ ପରିବା ସାଲାଡ୍ ବା ସନ୍ତୁଳା ଖାଇପାରିବେ। ପାଣି ତଥା ଚିନି ପଡ଼ିନଥିବା ଫଳରସ ପିଇପାରିବେ। ଆଳୁ ଖାଆନ୍ତୁ ନାହିଁ।

ଦିବସ ୭

ଉଷୁନା ଭାତ, ପରିବା ସାଲାଡ୍ ଓ ପରିବା ସିଝା ଖାଆନ୍ତୁ। ୪ ଗ୍ଲାସ ଫଳରସ ପିଅନ୍ତୁ। ୮ ଗ୍ଲାସ ପାଣି ପିଅନ୍ତୁ।

ଉପରେ ଦର୍ଶାଯାଇଥିବା ଖାଦ୍ୟ ସହିତ ଲେମ୍ବୁ ପାଣି ପିଇପାରିବେ। ଖାଦ୍ୟକୁ ରୁଚିକର କରିବା ପାଇଁ ଧନିଆପତ୍ର, ପୁଦିନା, ଭ୍ରୁସଙ୍ଗପତ୍ର, ଲେମ୍ବୁରସ, ଅଦାରସ, ଗୋଲମରିଚ ଗୁଣ୍ଡ ଇତ୍ୟାଦି ବ୍ୟବହାର କରିପାରିବେ।

LEAVE A REPLY

Please enter your comment!
Please enter your name here