ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲକ୍‌ଡାଉନ ବେଳେ ଆପଣ ଘରେ ବସି ରହୁଥିବାରୁ ଓଜନ ବୃଦ୍ଧି ଘଟିପାରେ। ସେଥିପାଇଁ ଆପଣ କିଛି ଟିପ୍ସ ଆପଣେଇ ପାରିବେ।

ଅନେକ ଲୋକଙ୍କର ଶୀଘ୍ର ଓଜନ ବୃଦ୍ଧି ଘଟେ। ଏହା ସହିତ ଏବେ ଲକଡାଉନ ଯୋଗୁଁ ଜିମ୍‌ ଯିବା, ମର୍ଣ୍ଣିଂ ଓ୍ୱାକ୍‌ କରିବା ବନ୍ଦ। ଏପରି ପରିସ୍ଥିତିରେ ଓଜନ ବଢ଼ିବା ସ୍ୱାଭାବିକ। କିନ୍ତୁ ହଁ କିଛି ଉପାୟ ଅଛି ଯାହା ଆପଣଙ୍କୁ ଓଜନ ହ୍ରାସ କରିବାରେ ସାହାଯ୍ୟ କରିବ।

ସକାଳୁ ଉଠିବା ମାତ୍ରେ ପାଣି ପିଅନ୍ତୁ

ଆପଣ ସକାଳୁ ଉଠିବା ମାତ୍ରେ ପାଣି ପିଇବାକୁ ଚେଷ୍ଟା କରନ୍ତୁ। ପ୍ରଥମେ  ଆପଣଙ୍କୁ ଟିକିଏ ଅଡ଼ଆ ଲାଗିପାରେ। କିନ୍ତୁ ଧୀରେ ଧୀରେ ଅଭ୍ୟାସ କରନ୍ତୁ।  ଯଦି ଆପଣ ଚାହାଁନ୍ତି ଆପଣ ପାଣିରେ ଲେମ୍ବୁ ମଧ୍ୟ ମିଶାଇ ପାରିବେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳଖିଆ

ଜଳଖିଆ ହେଉଛି ଦିନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୋଜନ।  ଜଳଖିଆରେ ଫଳ ,ଅଣ୍ଡା, ଓଟ୍ସ ଭଳି ଖାଦ୍ୟ ଅନ୍ତର୍ଭୁକ୍ତ କରନ୍ତୁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଠିକ୍‌ ସମୟରେ ଜଳଖିଆ କରନ୍ତୁ।

ଆବଶ୍ୟକ ଅନୁଯାୟୀ ଖାଆନ୍ତୁ

ଜଳଖିଆ ହେଉ କିମ୍ବା ମଧ୍ୟାହ୍ନ ଭୋଜନ ହେଉ, ସର୍ବଦା ଖାଦ୍ୟକୁ ପେଟ ପୂରା ଖାଆନ୍ତୁ ନାହିଁ,। ଆବଶ୍ୟକ ଅନୁଯାୟୀ ଖାଆନ୍ତୁ। ଜଙ୍କ୍ ଫୁଡ୍ ଠାରୁ ସମ୍ପୂର୍ଣ୍ଣ ଦୂରରେ ରୁହନ୍ତୁ |

 ରାତିରେ ହାଲକା ଖାଆନ୍ତୁ

ରାତ୍ରିରେ କମ୍‌ ବା ହାଲକା ଖାଦ୍ୟ ଖାଆନ୍ତୁ। ଶୋଇବାର କିଛି ସମ୍ମୟ ପୂର୍ବରୁ ଖାଆନ୍ତୁ। ଏମିତି ଖାଦ୍ୟ ଭୋଜନରେ ସାମିଲ କରନ୍ତୁ ଯାହା ଆପଣଙ୍କୁ ପୋଷଣ ଦେବ କିନ୍ତୁ ଓଜନ ବଢ଼ିବ ନାହିଁ।

ବ୍ୟାୟାମ ଜରୁରୀ

କରୋନା ପାଇଁ ଜିମ୍‌ ବନ୍ଦ ରହିଛି। କିନ୍ତୁ ଆପଣ ଘରେ ବ୍ୟୟାମ କରିପାରିବେ। ପାହାଚର ତଳ ଉପର ହୋଇପାରିବେ। ସ୍କିପିଂ ଖେଳିପାରିବେ।

ଡାଏଟ୍ ଚାର୍ଟ କରନ୍ତୁ

ଫିଟ୍ ରହିବା  ପାଇଁ ଏକ ଡାଏଟ୍ ଚାର୍ଟ ପ୍ରସ୍ତୁତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ଆପଣ କ’ଣ ଖାଉଛନ୍ତି, ଆପଣ କ’ଣ ପିଉଛନ୍ତି, ଆପଣ କେତେ ବ୍ୟାୟାମ କରୁଛନ୍ତି ତାହା ବିଷୟରେ ଲେଖନ୍ତୁ ଏବଂ ପ୍ରତିଦିନ ଭଲ କରିବାକୁ ଚେଷ୍ଟା କରନ୍ତୁ।

ଯେତେ ସମ୍ଭବ ଚାଲନ୍ତୁ

ଘରେ ଥିବା ସମୟରେ ସମୟରେ ଘର କାମ କରନ୍ତୁ। ଦିନକୁ ଅତି କମରେ ୧୦,୦୦୦ ଷ୍ଟେପ୍ ଚାଲନ୍ତୁ। ଚାଲିବା ଏକ ବ୍ୟାୟମ। ଏହଦ୍ୱାରା ଓଜନ ନିୟନ୍ତ୍ରଣରେ ରହିଥାଏ।

ପର୍ଯ୍ୟାପ୍ତ ଶୁଅନ୍ତୁ

ଓଜନ ହ୍ରାସ କରିବା ପାଇଁ କେବଳ ପର୍ଯ୍ୟାନ୍ତ ଶୋଇବା ଜରୁରୀ।  ନିଦ୍ରା ଅଭାବରୁ ଦିନସାରା ଅସ୍ଥିରତା ଦେଖାଯାଏ।

Comment