ଓଡ଼ିଶାଲାଇଭ ବ୍ୟୁରୋ

ଓଡ଼ିଶା ସମବାୟ କର୍ମଚାରୀ ମହାସଂଘର ୫ ଦଫା ଦାବି ନେଇ ସାଧାରଣ ସମ୍ପାଦକ ଦିଗାମ୍ବର ନାୟକ ସମବାୟ ନିବନ୍ଧକ ବିଭୁତି ଭୂଷଣ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି। ଏଥିରେ ଲ୍ୟାମ୍ପ ଓ ସମିତିର କର୍ମଚାରୀ ମାନଙ୍କର ଦୀର୍ଘଦିନର ୫ ଦଫା ଦାବି ଉପରେ ଆଲୋଚନା କରାଯାଇଥିଲା।

ସରକାରୀ କର୍ମଚାରୀ ମାନ୍ୟତା ନିମନ୍ତେ ମନ୍ତ୍ରୀସ୍ତରୀୟ ଆଲୋଚନା ପାଇଁ ଦିନ ଧାର୍ଯ୍ୟ କରିବାକୁ ଦାବି କରାଯାଇଥିଲା। ଆଲୋଚନା ସମୟରେ  ବିଭାଗୀୟ ଅଧିକାରୀ ମନୋରଞ୍ଜନ ନାୟକ, ବ୍ରଜ କିଶୋର ବଡଜେନା, ରାମ କୃଷ୍ଣ ତ୍ରିପାଠୀ, ଧୃବ ଚରଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସରକାରୀ କର୍ମଚାରୀଙ୍କ ଭଳି ଷଷ୍ଠ ବେତନ ଆଧାରରେ ୧୫୪ ପ୍ରତିଶତ ଡି.ଏ ପ୍ରଦାନ  କରିବା, କର୍ମଚାରୀଙ୍କ  ନିମନ୍ତେ ଜୀବନ ବୀମା, ଗ୍ରାଚ୍ୟୁଇଟି, ଇ.ପି.ଏଫ୍, ଲିଭ ସାଲେରି ପ୍ରଦାନ, କେନ୍ଦ୍ର ସମବାୟ ବ୍ୟାଙ୍କରେ ଖାଲି ପଡିଥିବା ପଦବି ବ୍ୟାଙ୍କିଙ୍ଗ୍ ଆସିଷ୍ଟାଣ୍ଡ ନିମନ୍ତେ ଶତକଡା ୩୦ ଭାଗ, ସରକାରୀ କର୍ମଚାରୀଙ୍କ ଭଳି ବୟସ କୋହଳ କରିବା ପାଇଁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ପୂର୍ବରୁ ରେଜିଷ୍ଟାରଙ୍କ ନିକଟରୁ ନିର୍ଦ୍ଦେଶାବଳୀ ଜାରି ହୋଇଛି ତାହା ଶିଘ୍ର କାଯ୍ୟକାରି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ମହାସଂଘର ୯ ଜଣିଆ  ପ୍ରତିନିଧି ସାକ୍ଷାତ କରିଥିଲେ। ସେମାନେ ହେଲେ ଘନଶ୍ୟାମ ଜେନା, ନିତ୍ୟାନନ୍ଦ ଦାଶ, ରାମ ଚନ୍ଦ୍ର ମହାରଣା, ଭୀମ ସେନ ସାହୁ, ଶୈଳନ୍ଦ୍ର ସ୍ୱାଇଁ, ଲିଟନ ଦାଶ, ଭଜ ରାମ ପାତ୍ର, ପଦ୍ମନାଭ ଘଡ଼େଇ, ବିପିନ ଷଡ଼ଙ୍ଗୀ, ଅଭିମନ୍ୟୁ ଦାସ ପ୍ରମୁଖ ଆଲୋଚନାରେ ସାମିଲ ହୋଇଥିଲେ।

LEAVE A REPLY

Please enter your comment!
Please enter your name here