ଓଡ଼ିଶାଲାଇଭ୍ ବ୍ୟୁରୋ

ଚନ୍ଦ୍ରଯାନ-୨ର ଲ୍ୟାଣ୍ତର ବିକ୍ରମ ସହିତ ଇସ୍ରୋ ବୈଜ୍ଞାନିକମାନଙ୍କ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଫଳରେ ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡିଂକୁ ନେଇ ଚିତ୍ର ଅସ୍ପଷ୍ଟ ରହିଛି। ଚନ୍ଦ୍ରଠାରୁ ୨.୧ କିଲୋମିଟର ଯାଏଁ ‘ବିକ୍ରମ’ ସହ ଇସ୍ରୋ କଣ୍ଟ୍ରୋଲ ରୁମ୍‌ର ଯୋଗାଯୋଗ ରହିଥିଲା। କିନ୍ତୁ ପରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା।

ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରୋ ବୈଜ୍ଞାନିକମାନଙ୍କୁ ସାନ୍ତ୍ୱନା ଦେଇଛନ୍ତି। ବୈଜ୍ଞାନିକମାନଙ୍କୁ ମୋଦି ସାନ୍ତ୍ୱନା ଦେଇଛନ୍ତି।

‘‘ଜୀବନରେ ସଫଳତା ବିଫଳତା ଲାଗି ରହିଛି। ଏଥିରେ ଭାଙ୍ଗି ପଡ଼ିବା ଠିକ୍‌ ନୁହେଁ। ଧୈର୍ଯ୍ୟର ସହିତ ପରିସ୍ଥିତିର ମୁକାବିଲା କରନ୍ତୁ। ଆଗକୁ ଆମର ଏହି ଯାତ୍ରା ଜାରି ରହିବ। ମନରେ ସାହସ ସଞ୍ଚାର କରନ୍ତୁ। ନିରାଶ ନହୋଇ ଆଗକୁ ବଢ଼ନ୍ତୁ। ଦେଶର ବୈଜ୍ଞାନିକମାନଙ୍କ ସହିତ ମୁଁ ସବୁବେଳେ ଅଛି.” କହିଛନ୍ତି ମୋଦି।

୪୮ ଦିନର ଯାତ୍ରା ପରେ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୨ରୁ ଲ୍ୟାଣ୍ଡର ବିକ୍ରମ ଏବଂ ପ୍ରଜ୍ଞାନ ଅଲଗା ହେବାର ଥିଲା। ଚନ୍ଦ୍ର ପୃଷ୍ଠରୁ ୨.୧ କିଲୋମିଟର ଉଚ୍ଚତା ଯାଏଁ ‘ବିକ୍ରମ’ ସହିତ ଯୋଗାଯୋଗ ଠିକ୍‌ ରହିଥିଲା। ହେଲେ ଏହାପରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା।

ଚନ୍ଦ୍ରଯାନ-୨ର ଲ୍ୟାଣ୍ଡିଂକୁ ନେଇ ସାରା ବିଶ୍ୱ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲା। ପ୍ରଧାନମନ୍ତ୍ରୀ ମଧ୍ୟ ଲ୍ୟାଣ୍ଡିଂ ଦେଖିବା ପାଇଁ ଇସ୍ରୋ ସେଣ୍ଟରରେ ପହଞ୍ଚିଥିଲେ। ଦେଶ ବିଦେଶର ବହୁ ପ୍ରତିନିଧି ମଧ୍ୟ ଇସ୍ରୋରେ ପହଞ୍ଚିଥିଲେ।

LEAVE A REPLY

Please enter your comment!
Please enter your name here