ଓଡ଼ିଶାଲାଇଭ ବ୍ୟୁରୋ
ସମ୍ଵଲପୁରସ୍ଥିତ ବସନ୍ତପୁର ମୌଜାରେ ଓଡ଼ିଶାର ଦ୍ଵିତୀୟ ଓ ନୂତନ ସୈନିକ ସ୍କୁଲରେ ୨୦୨୦-୨୧ ଶିକ୍ଷା ବର୍ଷ ପାଇଁ ଆରମ୍ଭ ହୋଇଛି ପ୍ରବେଶିକା ପରୀକ୍ଷା। ପ୍ରବେଶିକା ପରୀକ୍ଷାରେ ଓଏମଆର ଢାଞ୍ଚାରେ ପ୍ରଶ୍ନ ଆସିବ। ତେବେ ଇଚ୍ଛୁକ ଛାତ୍ରମାନେ ଅନଲାଇନରେ ଆବେଦନ କରିପାରିବେ।
୨୦୨୦-୨୧ ଶିକ୍ଷାବର୍ଷ ପାଇଁ ଷଷ୍ଠ ଶ୍ରଣୀ ପାଇଁ ଅନଲାଇନ ଫର୍ମ ପୂରଣ କରିପାରିବେ। ଷଷ୍ଠ ଶ୍ରେଣୀ ପାଇଁ ୧୦୦ଟି ସିଟ ରହିଛି। ଏଥିରୁ ସାଧାରଣ ବର୍ଗ ପାଇଁ ୩୯, ଅନ୍ୟ ରାଜ୍ୟର ସାଧାରଣ ବର୍ଗ ପାଇଁ ୧୯, ଏସସିଙ୍କ ପାଇଁ ୧୫, ଏସଟିଙ୍କ ପାଇଁ ୮, ଓଡ଼ିଶାର ପ୍ରତିରକ୍ଷା ବାହିନୀଙ୍କ ପାଇଁ ୧୩ଟି ଓ ଅନ୍ୟାନ୍ୟ ରାଜ୍ୟର ପ୍ରତିରକ୍ଷା ବାହିନୀଙ୍କ ପାଇଁ ୬ଟି ସିଟ ରହିଛି।
ଯୋଗ୍ୟତା
- ଷଷ୍ଠ ଶ୍ରେଣୀ ପାଇଁ- ଛାତ୍ରମାନଙ୍କ ଜନ୍ମ ୦୧.୦୪.୨୦୦୮ରୁ ୩୧.୦୩.୨୦୧୦ ମଧ୍ୟରେ ହୋଇଥିବ।
- ସର୍ବଭାରତୀୟ ସ୍ତରର ସୌନିକ ସ୍କୁଲ ପ୍ରବେଶିକା ପରୀକ୍ଷା ଚାରୋଟି ବିକଳ୍ପ ଥିବା ପ୍ରଶ୍ନ ଉପରେ କରାଯିବ।
- ପରୀକ୍ଷା କେନ୍ଦ୍ର- ସମ୍ଵଲପୁର, ବାଲେଶ୍ଵର ଓ କଳାହାଣ୍ଡି
- ଅନଲାଇନରେ ନାମ ପଞ୍ଜୀକରଣ ପାଇଁ ପ୍ରତିରକ୍ଷା ତଥା ସାଧାରଣ ବର୍ଗଙ୍କ ପାଇଁ ୪୦୦ ଟଙ୍କା ଓ ଏସସି/ଏସଟିଙ୍କ ପାଇଁ ୨୫୦ ଟଙ୍କା ଧାର୍ଯ୍ୟ କରାଯାଇଛି।
- ଅନଲାଇନରେ ଆବେଦନ କରିବାର ଶେଷ ତାରିଖ ୨୩.୦୯.୨୦୧୯
ଅନଲାଇନ ଆବେଦନ ପାଇଁ ସୌନିକ ସ୍କୁଲ ଓ୍ଵେବସାଇଟ https://www.sainikschooladmission.in କୁ ଯାଇପାରିବେ।